Latest Odisha News

ଆବଶ୍ୟକୀୟ ସାମଗ୍ରୀ ପହଞ୍ଚାଇବା ଲାଗି ଚଳାଚଳ କଲା ‘ଲାଇଫଲାଇନ୍ ଉଡ଼ାଣ’ର ୪୨୨ଟି ବିମାନ

ଆବଶ୍ୟକୀୟ ସାମଗ୍ରୀ ପହଞ୍ଚାଇବା ଲାଗି ଚଳାଚଳ କଲା ‘ଲାଇଫଲାଇନ୍ ଉଡ଼ାଣ’ର ୪୨୨ଟି ବିମାନ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ, ଆଲାଏନ୍ସ ଏୟାର, ଆଇଏଏଫ ଏବଂ ଘରୋଇ ବିମାନ ଚାଳକ ଦ୍ୱାରା ଜୀବନରେଖା ବା ଲାଇଫ୍ ଲାଇନ ଉଡାଣ ଅଧୀନରେ ୪୨୨ ବିମାନ ଚଳାଚଳ କରିଛି ।
ଏଥିରେ ଏୟାର ଇଣ୍ଡିଆ ଏବଂ  ଆଲାଏନ୍ସ ଏୟାର ଦ୍ୱାରା ୨୪୪ ବିମାନ ଚଳାଚଳ କରିଛି । ଏପର‌୍ୟ୍ୟନ୍ତ ପରିବହନ କରାଯାଇଥିବା ସାମଗ୍ରୀ ବା କାର୍ଗୋ  ହେଉଛି ପ୍ରାୟ ୭୯୦.୨୨ ଟନ୍ ।

ଲାଇଫ୍ ଲାଇନ ଉଡାଣ ଦ୍ୱାରା ଏ ପର‌୍ୟ୍ୟନ୍ତ ୪,୧୩,୫୩୮ କି.ମିରୁ ଅଧିକ ଉଡାନ କରାଯାଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ୱାରା ଲାଇଫ୍ ଲାଇନ ଉଡାଣ ପରିଚାଳନା କରାଯାଉଛି, ଯାହାଦ୍ୱାରା କୋଭିଡ଼-୧୯ ବିରୁଦ୍ଧରେ ଭାରତର ଲଢେଇକୁ ସମର୍ଥନ କରିବା ପାଇଁ ଦେଶର ଦୂରଦୁରାନ୍ତ ଅଂଚଳରେ ଆବଶ୍ୟକ ଚିକିତ୍ସା ସାମଗ୍ରୀ ପରିବହନ କରାଯାଉଛି ।

ପୱନହଂସ ଲିମିଟେଡ଼ ସହିତ ହେଲିକପ୍ଟର ସେବାଗୁଡ଼ିକୁ ଜମ୍ମୁ ଏବଂ କଶ୍ମୀର, ଲଦ୍ଦାଖ, ଦ୍ୱୀପଗୁଡ଼ିକ ଏବଂ ପୂର୍ବୋତ୍ତର କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା କାର୍ଗୋ ଏବଂ ରୋଗୀଙ୍କୁ ପରିବହନ କରୁଛି । ପୱନହଂସ ୧ ମଇ, ୨୦୨୦ ପର‌୍ୟ୍ୟନ୍ତ ୭,୫୨୯ କିଲୋମିଟରର ଯାତ୍ରା କରି ୨.୦୩ ଟନ କାର୍ଗୋ ପରିବହନ କରିଛନ୍ତି । ଏଥିରେ ପୂର୍ବୋତ୍ତର ଅଂଚଳ, ଦ୍ୱୀପ ଏବଂ ପାହାଡିଆ ରାଜ୍ୟଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ଏୟାର ଇଣ୍ଡିଆ ଏବଂ ଆଇଏଏଫ ମୁଖ୍ୟତଃ ଜମ୍ମୁ ଏବଂ କଶ୍ମୀର, ଲଦ୍ଦାଖ, ପୂର୍ବୋତ୍ତର ଏବଂ ଅନ୍ୟ ଦ୍ଵୀପାଞ୍ଚଳ ପାଇଁ ସହଯୋଗ କରିଛି ।

ଘରୋଇ କାର୍ଗୋ ଅପରେଟର ସ୍ପାଇସଜେଟ୍, ବ୍ଲୁଡାଇ, ଇଣ୍ଡିଗୋ ଏବଂ ବିସ୍ତାରା ବାଣିଜ୍ୟିକ ଆଧାରରେ କାର୍ଗୋ ଉଡାଣ ଚଳାଚଳ କରୁଛନ୍ତି । ସ୍ପାଇସଜେଟ୍ ୨୪ ମାର୍ଚ୍ଚରୁ ୧ ମଇ ୨୦୨୦ ମଧ୍ୟରେ ୧୨,୭୭,୨୧୩ କିଲୋମିଟର ଯାତ୍ରା କରି ୭୩୪ କାର୍ଗୋ ଉଡାଣ କରିଛି ଏବଂ ୫,୩୨୦ ଟନ ମାଲ ପରିବହନ କରିଛ । ଏଥିମଧ୍ୟରୁ ୨୭୦ଟି ଅନ୍ତରାଷ୍ଟ୍ରୀୟ କାର୍ଗୋ ଉଡାଣ ଥିଲା । ବ୍ଲୁଡାଇ ୨୫ ମାର୍ଚ୍ଚରୁ ୧ ମଇ ୨୦୨୦ ମଧ୍ୟରେ ୨,୬୭,୪୧୭ କିମି ଦୂରତା ଅତିକ୍ରମ କରି ୨୪୫ କାର୍ଗୋ ଉଡାଣ କରିଛି । ଏଥିମଧ୍ୟରୁ ୧୨ଟି ଅନ୍ତରାଷ୍ଟ୍ରୀୟ କାର୍ଗୋ ଉଡାଣ ଥିଲା । ଇଣ୍ଡିଗୋ ୩ ଅପ୍ରେଲରୁ ୧ ମଇ ୨୦୨୦ ମଧ୍ୟରେ ୧,୩୬,୦୬୦ କିଲୋମିଟର ଯାତ୍ରା କରି ୮୨ କାର୍ଗୋ ଉଡାଣ କରିଛି ଏବଂ ପ୍ରାୟ ୩୯୩ ଟନ କାର୍ଗୋ ପରିବହନ କରିଛି ଯେଉଁଥିରେ ୨୭ଟି ଅନ୍ତରାଷ୍ଟ୍ରୀୟ ଉଡାଣ ରହିଛି । ଏଥିରେ ସରକାରଙ୍କ ପାଇଁ ମାଗଣାରେ ପରିବହନ ହୋଇଥିବା ଚିକିତ୍ସା ସାମଗ୍ରୀ ଯୋଗାଣ ସାମିଲ ଅଛି । ଭିସ୍ତାରା ୧୯ ଅପ୍ରେଲରୁ ୧ ମଇ ୨୦୨୦ ମଧ୍ୟରେ ୨୮,୫୯୦ କିଲୋମାଟର ଦୂର ଯାତ୍ରା କରି ୧୩୯ ଟନ ମାଲ ପରିବହନ କରିଛି, ଯେଉଁଥିରେ ୨୦ଟି କାର୍ଗୋ ଉଡାଣ ସାମିଲ ଅଛି ।

ଅନ୍ତରାଷ୍ଟ୍ରୀୟ ସ୍ତରରେ ଔଷଧ, ଚିକିତ୍ସା ଉପକରଣ ଏବଂ କୋଭିଡ଼-୧୯ ସହାୟତା ସାମଗ୍ରୀର ପରିବହନ ପାଇଁ ପୂର୍ବ ଏସିଆ ସହିତ ଏକ କାର୍ଗୋ ଏୟାର ବ୍ରିଜ ସ୍ଥାପନ କରାଯାଇଥିଲା । ଏଥିରେ ଏୟାର ଇଣ୍ଡିଆ ଦ୍ୱାରା ଅଣାଯାଇଥିବା ମେଡିକାଲ କାର୍ଗୋର ମାତ୍ରା ୮୪୨ ଟନ୍ ଥିଲା । ଉପରୋକ୍ତ ସେବା ବ୍ୟତୀତ ୧୪ ଅପ୍ରେଲରୁ ୧ ମଇ ୨୦୨୦ ପର‌୍ୟ୍ୟନ୍ତ ବ୍ଲୁଡାଇ ଗୁଆଙ୍ଗଝୁ ଏବଂ ସାଙ୍ଘାଇରୁ ପ୍ରାୟ ୧୧୪ ଟନ ଚିକିତ୍ସା ସାମଗ୍ରୀ ପରିବହନ କରିଛି । ସ୍ପାଇସଜେଟ ମଧ୍ୟ ୧ ମଇ ୨୦୨୦ ପର‌୍ୟ୍ୟନ୍ତ ସାଙ୍ଘାଇ ଏବଂ ଗୁଆଙ୍ଗଝୁରୁ ୨୦୪ ଟନ ଚିକିତ୍ସା ସାମଗ୍ରୀ ପରିବହନ କରିଛି ଏବଂ ୧ ମଇ ୨୦୨୦ ପର‌୍ୟ୍ୟନ୍ତ ହଂକଂ ଏବଂ ସିଙ୍ଗାପୁରରୁ ୧୬ ଟନ ଚିକିତ୍ସା ସାମଗ୍ରୀ ପରିବହନ କରିଛି ।

Leave A Reply

Your email address will not be published.