Latest Odisha News

BREAKING NEWS

ଓଡ଼ିଶାର ଏହିସବୁ ଜିଲ୍ଲା ଅରେଞ୍ଜ ଓ ରେଡ୍ ଜୋନରେ ସାମିଲ

ଭୁବନେଶ୍ୱର/ନୂଆଦିଲ୍ଲୀ: ନିକଟ ଅତୀତରେ ରେଡ୍ ଜୋନ ଭାବେ ପରିଚିତ ଥିବା ଖୋର୍ଦ୍ଧା ଜିଲ୍ଲା ଏବେ ଅରେଞ୍ଜ ଜୋନରେ ସାମିଲ ହୋଇଛି।

ବଢୁଥିବା ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି କରୋନା ପ୍ରଭାବିତ ଜିଲ୍ଲାଗୁଡିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ବର୍ଗୀକରଣ କରାଯାଇଛି।

ଏହି ବର୍ଗୀକରଣ ଅନୁଯାୟୀ ଭଦ୍ରକ୍ ରେଡ୍ ଜୋନରେ ରହିଛି। ଯାଜପୁର ଏବଂ ବାଲଶ୍ବର ମଧ୍ୟ ଏହି ଜୋନରେ ପ୍ରବେଶ କରିଛି। ଏହି ତିନୋଟି ଜିଲ୍ଲାର ଅଧିକାଂଶ କରୋନା ପଜିଟିଭ ମାମଲା ପଶ୍ଚିମବଙ୍ଗ ସହିତ ଜଡିତ।

ଅବଶିଷ୍ଟ ୨୧ଟି ଜିଲ୍ଲା ତଥା ଯେଉଁ ଜିଲ୍ଲାରେ ଗତ ୨୮ ଦିନ ମଧ୍ୟରେ କୌଣସି ମାମଲା ଚିହ୍ନଟ ହୋଇନାହିଁ, ସେସବୁକୁ ସବୁଜ ଜୋନରେ ଅନ୍ତର୍ଭୁକ୍ତ କରାଯାଇଛି।

ଏସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦାନ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି । ଉକ୍ତ ଚିଠିରେ ଆହୁରି ମଧ୍ୟ କୁହାଯାଇଛି ଯେ ଏହି ତାଲିକାକୁ ସାପ୍ତାହିକ ଭିତ୍ତିରେ ସଂଶୋଧନ କରାଯିବ। ବିପର୍ଯ୍ୟୟ ପରିଚାଳନା ଅଧିନିୟମ, ୨୦୦୫ ଅନୁଯାୟୀ ଗୃହ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ଅନୁରୂପ ଅନୁସନ୍ଧାନ ପାଇଁ ରାଜ୍ୟମାନଙ୍କୁ ଯୋଗାଯୋଗ କରାଯିବ।

Leave A Reply

Your email address will not be published.