Latest Odisha News

BREAKING NEWS

କର୍ଣ୍ଣାଟକ ସରକାରଙ୍କ ସହ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ସକାଳ ସମୟରେ ଦକ୍ଷିଣ ଭାରତୀୟ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ କର୍ଣ୍ଣାଟକ ସରକାରଙ୍କ ସହ ଆଲୋଚନା କରିବେ।
 ଏହି ଆଲୋଚନା ଭିଡିଓ କନଫରେନ୍ସିଂ ମାଧ୍ୟମରେ କରାଯିବ ବୋଲି ସୂଚନା ମିଳିଛି |
ଅପରପକ୍ଷରେ ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ ବୋଲି ସରକାରୀ ସୁତ୍ରରୁ ପ୍ରକାଶ।
 ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ମହାରାଷ୍ଟ୍ର, ଗୁଜୁରାଟ ଏବଂ ତାମିଲନାଡୁରେ ଫସି ରହିଥିବା ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବା ଲାଗି ସ୍ଥାନୀୟ ସରକାରଙ୍କ ସହ ସମାନ ଆଲୋଚନା କରିଥିଲେ।
ଦେଶବ୍ୟାପୀ ଲକଡାଉନ ସମୟରେ କେନ୍ଦ୍ର ପକ୍ଷରୁ ପ୍ରବାସୀ ଶ୍ରମିକ, ଛାତ୍ର ଏବଂ ତୀର୍ଥଯାତ୍ରୀଙ୍କୁ ସଡକ/ରେଳ ଯୋଗେ ନିଜ ରାଜ୍ୟକୁ ଫେରିବାକୁ ଅନୁମତି ମିଳିବା ପରେ ଶୁକ୍ରବାର ଦିନ ଓଡିଶା ସରକାର ଏ ସମ୍ପର୍କରେ ଏକ ନିର୍ଦ୍ଦେଶ ଏବଂ ଏସଓପି ଜାରି କରିଛନ୍ତି।
Leave A Reply

Your email address will not be published.