Latest Odisha News

BREAKING NEWS

ମାର୍ଚ୍ଚ ୧୭ରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଏକକ ପରୀକ୍ଷା ଆରମ୍ଭ: ମିଳିବ ରିପୋର୍ଟକାର୍ଡ଼

ଭୁବନେଶ୍ୱର: ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଲାଗି ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆସନ୍ତା ମାର୍ଚ୍ଚ ୧୭ରୁ ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏକକ ପରୀକ୍ଷା ଆସନ୍ତା ଆରମ୍ଭ ହେବ । ଏହି ପରୀକ୍ଷା ଗୁଡ଼ିକ ବୋଲି ସୂଚନା ମିଳିଛି । ପରୀକ୍ଷା ଗୁଡ଼ିକ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ।

ସେହିପରି ପରୀକ୍ଷା ଶେଷ ହେବା ପରେ ମାର୍ଚ୍ଚ ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ ଖାତାଦେଖା ହେବ । ୨୮ରେ ରେଜଲ୍ଟ ସେୟାରିଂ ହେବ । ତେବେ ୩୦ରେ ରେଜଲ୍‌ଟ ପ୍ରକାଶଶ ପାଇବ । ସେହିଦିନ ସମସ୍ତ ସ୍କୁଲରେ ଅଭିଭାବକଙ୍କୁ ରିପୋର୍ଟ କାର୍ଡ ପ୍ରଦାନ କରାଯିବ ବୋଲି ରାଜ୍ୟର ସମସ୍ତ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ପ୍ରଥମ ଓ ୨ୟ ଶ୍ରେଣୀ ପାଇଁ ଓଡ଼ିଆ, ଗଣିତ, ଇଭିଏସ୍‌, ଚିତ୍ରାଙ୍କନ ବିଷୟରେ ୪୦ମାର୍କର ଲିଖିତ ଏବଂ ୧୦ମାର୍କର ମୌଖିକ ପରୀକ୍ଷା ହେବ । ପରୀକ୍ଷାର ଅବଧି ଦେଢ଼ ଘଣ୍ଟା ରହିବ ।  ତୃତୀୟରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼୍ରିା, ଗଣିତ, ଇଭିଏସ୍‌, ଇଂରାଜୀ, ଚିତ୍ରାଙ୍କନ ବିଷୟରେ ସମାନ ୫୦ ମାର୍କରୁ ୪୦ମାର୍କର ଲିଖିତ ଏବଂ ୧୦ମାର୍କର ମୌଖିକ ପରୀକ୍ଷା ହେବ ।

ପରୀକ୍ଷାର ଅବଧି ଦୁଇ଼ ଘଣ୍ଟା ରହିବ । ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ, ଉଦ୍ଧ୍ୱ୍‌ର୍, ଇଂରାଜୀ, ହିନ୍ଦୀ, ସଂସ୍କୃତ, ଗଣିତ, ବିଜ୍ଞାନ, ଇତିହାସ, ରାଜନିତି ବିଜ୍ଞାନ, ଭୂଗୋଳ, ଚିତ୍ରାଙ୍କନ ବଷୟ ଲାଗି ମୋଟ୍ ୫୦ମାର୍କର ପରୀକ୍ଷା ହେବ । ମାତ୍ର ଏହି ଛାତ୍ରଛାରତ୍ରୀଙ୍କ ଲାଗି ମୌଖିକ ପରୀକ୍ଷା ହେବ ନାହିଁ ।

ପରିକ୍ଷାର ଅବଧି ମଧ୍ୟ ୨ଘଣ୍ଟା ରହିବ । ପରୀକ୍ଷାରେ ସ୍ୱଚ୍ଛତା ଏବଂ ମୁଲ୍ୟାଙ୍କନ ପ୍ରକ୍ରିୟାରେ କୌଣସି ତ୍ରୁଟି ନରହିବା ଲାଗି ଗୁରୁତ୍ୱ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.