Latest Odisha News

BREAKING NEWS

ପୁରୀରେ ଆଉ ୧୦ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ପୁରୀରେ ଶୁକ୍ରବାର ଦିନ ଆଉ ୧୦ଟି କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି। ଯାହା ଫଳରେ ଏବେ ଜିଲ୍ଲାରେ ମୋଟ ସଂଖ୍ୟା ୧୪ ଛୁଇଁଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଶୁକ୍ରବାର ସକାଳ ୯ ଟା ସୁଦ୍ଧା ରାଜ୍ୟରେ ୪୮ ଟି ନୂଆ ମାମଲା ଚିହ୍ନଟ ହୋଇଛି।

ସୂଚନାଯୋଗ୍ୟ, ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ପୁଣି ନୂଆ ଆକ୍ରାନ୍ତ ମାମଲା ଜିଲ୍ଳା ପ୍ରଶାସନ ଲାଗି ଚିନ୍ତାର କାରଣ ପାଲଟିପାରେ।

ତେବେ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ୬୦ ଜଣ ସେବାୟତଙ୍କ ସ୍ବାବ ନମୁନା ପରୀକ୍ଷା ପାଇଁ ବୁଧବାର ଦିନ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା।

ଏହାଛଡା ସେବାୟତମାନେ ବର୍ତ୍ତମାନ ଦୁଇଟି ଭକ୍ତ ନିବାସରେ ରହୁଥିବା ବେଳେ ସେମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ ପ୍ରତିଦିନ କରାଯାଉଥିବା ଜଣାପଡିଛି।

ଆହୁରି ମଧ୍ୟ ଏହି ବର୍ଷ ଜୁନ୍ ୨୩ ରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ହେବାକୁ ଯାଉଛି।

Leave A Reply

Your email address will not be published.