Latest Odisha News

କୋଭିଡ-୧୯ ଲକଡାଉନ: ରାଜସ୍ଥାନ ଦରଗାହର ଧାର୍ମିକ ସଭାରେ ୧୦୦ ଜଣ ସାମିଲ, ୬ ଗିରଫ

ଅଜମେର: ମଙ୍ଗଳବାର ଦିନ ରାଜସ୍ଥାନର ଅଜମେର ଜିଲ୍ଲାର ସରୱର ଟାଉନ ସ୍ଥିତ ଦରଗାହ ଠାରେ ଏକ ଧାର୍ମିକ ସଭାରେ ପାଖାପାଖି ୧୦୦ଜଣ ଲୋକ ସାମିଲ ହୋଇଥିଲେ । ପୋଲିସ ତାଙ୍କୁ ସେ ସ୍ଥାନରୁ ତଡିବାକୁ ବଳ ପ୍ରୟୋଗ କରିଥିବା ନେଇ ପୋଲିସ ସୂତ୍ରରୁ ଜଣାପଡିଛି ।

ସେହି ଦରଗାହରେ ପାଖାପାଖି ୧୦୦ଜଣ ଲୋକ ସାମିଲ ହୋଇଥିଲେ । ପୋଲିସ ସ୍ଥାନ ଖାଲି କରିବାକୁ କହିବାରୁ ସେଠାକାର ଲୋକମାନେ ଆପତ୍ତି ଉଠାଇଥିଲେ ଓ ପୋଲିସ ସହ ମୁହାଁମୁହିଁ ହୋଇଥିଲେ ।

ପରମ୍ପରା ଅନୁସାରେ, ସରୱରର ସୁଫି ସନ୍ଥ ମଇଉଦ୍ଦିନ ଚିସ୍ତିଙ୍କ ଦରଗାହରେ ଖାଦିମମାନଙ୍କ ଦ୍ୱାରା ପ୍ରତିବର୍ଷ ଚାଦର ଚଢ଼ାଯାଏ । ତେବେ ଦିଲ୍ଲୀ ନିଜାମୁଦ୍ଧିନ ମର୍କଜରେ ସାମିଲ ହୋଇଥିବା ଶ୍ରଦ୍ଧାଳୁଙ୍କୁ ପୋଲିସ ଖୋଜିବାରେ ଲାଗିଥିବାବେଳେ ରାଜସ୍ଥାନ ଦରଗାହ ଆଉ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ଦିଲ୍ଲୀ ନିଜାମୁଦ୍ଦିନ ଅଞ୍ଚଳରେ ମର୍କଜରେ ସାମିଲ ହୋଇଥିବା ୨୪ ଜଣଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ୪୪୧ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.