Latest Odisha News

BREAKING NEWS

ରାଜ୍ୟ ପୋଲିସ ବିଭାଗରେ ୧୦,୦୫୪ ପଦବୀ ଖାଲି ପଡ଼ିଛି: ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ପୋଲିସ ବିଭାଗରେ ୨୦୧୯ ଡ଼ିସେମ୍ବର ମାସ ପର୍ଯ୍ୟନ୍ତ ୧୦,୦୫୪ ପଦବୀ ଖାଲି ପଡ଼ିଥିବା ନେଇ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ବିଧାନସଭାରେ ସୋମବାର ଦିନ ପ୍ରକାଶ କରିଛନ୍ତି ।

କଂଗେସ ସଦସ୍ୟ ନରସିଂହ ମିଶ୍ରଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଥିଲେ, ଗ୍ରୁପ ଏରେ ୫୦୧ଟି, ଗ୍ରୁପ ବିରେ ୧,୮୨୩ଟି ପଦବୀ, ଗ୍ରୁପ ସିରେ ୬,୪୮୭ଟି ପଦବୀ ଏବଂ ୧,୨୪୩ଟି ପଦବୀ ଗ୍ରୁପ ଡ଼ି ବିଭାଗରେ ଖାଲି ପଡ଼ିଛି । ସମୁଦାୟ ୭୨,୧୧୯ଟି ପଦବୀ ମଧ୍ୟରୁ ଏହି ପଦବୀ ଖାଲି ପଡ଼ିଥିବା ବେଳେ ବର୍ତ୍ତମାନ ଓଡ଼ିଶା ପୋଲିସରେ ୬୨,୦୬୫ କର୍ମଚାରୀ ଅଛନ୍ତି ।

ଏହି ବିଭାଗରେ ପଦୋନ୍ନତି ହେବା ସହିତ ନୂଆ ନିଯୁକ୍ତି ଲାଗି ପଦକ୍ଷେପ ଗ୍ରହଣ କରାଯାଉଛି ।

ସେହିପରି ଭାବେ କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତିଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଗୃହରେ କହିଛନ୍ତି ଯେ, ୧୯୫ଟି ପଦବୀ ମଧ୍ୟରୁ ରାଜ୍ୟରେ ୭୮ଟି ଆଇପିଏସ ପଦବୀ ଖାଲି ପଡ଼ିଛି ।

“ବର୍ତ୍ତମାନ ୨୯ଜଣ ଓଡ଼ିଶା କ୍ୟାଡ଼ରର ଆଇପିଏସ ଅଧିକାରୀ କେନ୍ଦ୍ର ଡେପୁଟେସନରେ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୩ଜଣ ଅଧିକାରୀ ଗତ ୧୨ ବର୍ଷ ଧରି ଅନ୍ୟ ରାଜ୍ୟର ସେବାରେ ରହିଛନ୍ତି,” ଗୃହରେ ଏହା ସୂଚନା ଦେଇଛନ୍ତି ମନ୍ତ୍ରୀ ।

Leave A Reply

Your email address will not be published.