Latest Odisha News

ବିଶାଖାପାଟଣାରେ କ୍ରେନ ଖସି ପଡିବାରୁ ୧୧ମୃତ, ୧ ଗୁରୁତର

ବିଶାଖାପାଖଣା: ହିନ୍ଦୁସ୍ତାନ ସିପ୍ ୟାର୍ଡରେ ଦୁର୍ଘଟଣା । ଏକ କ୍ରେନ ଖସି ପଡିପଡିବାରୁ ଘଟଣା ସ୍ଥଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ଜଣେ ଗୁରୁତର ଅଛନ୍ତି । ମୃତାହତମାନେ ସିପ୍ ୟାର୍ଡର କର୍ମଚାରୀ ଓ କିଛି ଚୁକ୍ତିଭିତ୍ତିକ କର୍ମଚାରୀ । ଏ ନେଇ ଏଏନଆଇକୁ ସୂଚନା ଦେଇଛନ୍ତି ଡିସିପି ସୁରେଶ ବାବୁ ।

ଗତ କିଛି ଦିନ ହେଲା କ୍ରେନଟିର ମରାମତି ଚାଲିଥିଲା । ହଠାତ୍ ଏହା ଖସି ପଡିବା ଫଳରେ ଭୟଙ୍କର ଶଦ୍ଦ ହୋଇଥିଲା । ଏହାର ତଳେ କିଛି ଲୋକ ଥିବାରୁ ସେମାନେ ଚାପି ହୋଇଯାଇଥିଲେ ।

Leave A Reply

Your email address will not be published.