Latest Odisha News

BREAKING NEWS

ରାଜଧାନୀର ବସ୍ତିରେ ବଢୁଛି ସଂକ୍ରମଣ, ଆଜି ୨ ନୂଆ ବସ୍ତିରୁ ୩ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ବିଏମସିର ଚିନ୍ତା ବଢାଇଲାଣି ବସ୍ତି ସଂକ୍ରମଣ । ଆଜି ଭୁବନେଶ୍ୱରରେ ୧୨ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବା ବିଏମସି ସୂଚନା ଦେଇଛି । ଏଥିରୁ ୮ଜଣ ସ୍ଥାନୀୟ ସଂକ୍ରମଣ ଏବଂ ୪ଜଣ ଗୃହ ସଙ୍ଗରୋଧ କେନ୍ଦ୍ରର । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ରାଜଧାନୀର ବସ୍ତି ସଂକ୍ରମଣରେ ସାମିଲ ହୋଇଛି ଆଉ ଦୁଇଟି ନୂଆ ବସ୍ତି । ଡୁମଡୁମା ରଘୁନାଥ ନଗର ବସ୍ତିରୁ ୨ ଜଣ ଏବଂ ସୁଖବିହାର ବସ୍ତିରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ନିକଟରେ ୩ ଜଣ ଯାକ ଆକ୍ରାନ୍ତ ଗଂଜାମ ଜିଲ୍ଲାରୁ ଫେରିଥିବା ବିଏମସି ସୂଚନା ଦେଇଛି । ସେହିପରି ଶ୍ରୀରାମ ନଗର, ନିଳାଦ୍ରୀ ବିହାର ସେକ୍ଟର-୨, ଜାଗମରା , ୟୁନିଟ୍‌-୨ ଅଂଚଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବେସରକାରୀ ହସପିଟାଲର ଜଣେ ୩୩ ବର୍ଷିୟ ଯୁବକ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ସେହିପରି ଗୃହ ସଙ୍ଗରୋଧରେ ଥାଇ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତେ ବେଙ୍ଗାଳୁରୁ, ପଶ୍ଚିମବଙ୍ଗ ଏବଂ ପୁଣେରୁ ଫେରି ହୋମ୍ କ୍ୱାରେଂଟିନରେ ଥିଲେ । ଏହାରି ଭିତରେ ଆଶ୍ୱାସନାର ଖବର ହେଉଛି ଯେ, ଆଜି ଭୁବନେଶ୍ୱରରେ ୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜଧାନୀରେ ଏଯାଏ ୩୩୨ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୧୯୨ଜଣ ସୁସ୍ଥ ହୋଇଛନ୍ତି । କରୋନାରେ ୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୩୫ଟି ଆକ୍ଟିଭ କେସ୍ ରହିଛି ।

Leave A Reply

Your email address will not be published.