Latest Odisha News

BREAKING NEWS

ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଶହେ ପ୍ରତିଶତ ମାର୍କ

ଲକ୍ଷ୍ନୌ: ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଅବିଶ୍ୱସନୀୟ ସଫଳତା । ଶହେ ପ୍ରତିଶତ ମାର୍କ ରଖିଲେ ଲକ୍ଷ୍ନୌର ଛାତ୍ରୀ ଦିବ୍ୟାଶୀଂ ଜୈନ୍ । ୬ଶହରୁ ୬ଶହ ମାର୍କ ରଖିଛନ୍ତି । ଦିବ୍ୟାଶୀଂ ଭୂଗୋଳକୁ ଛାଡ଼ିଦେଲେ ଅନ୍ୟ ସବୁ ପେପର ପରୀକ୍ଷା ଦେଇଥିଲେ । କରୋନା ଓ ଲକଡାଉନ ଯୋଗୁ କେବଳ ଭୂଗୋଳ ବିଷୟ ପରୀକ୍ଷା ଦେଇ ପାରି ନଥିଲେ ।
ଦିବ୍ୟାଶୀଂ କହିଛନ୍ତି, ରେଜଲ୍ଟ ଦେଖି ପ୍ରଥମେ ବିଶ୍ୱାସ କରି ପାରୁ ନଥିଲେ । ରେଜଲ୍ଟକୁ ନେଇ ଖୁସି ଅଛନ୍ତି । ସଫଳତାର ଶ୍ରେୟ ଅଭିଭାବକ ଓ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେଇଛନ୍ତି ।

ଲକ୍ଷ୍ନୌର ନବଯୁଗ ରାଡିଆନ୍ସ ସିନିୟର ସେକେଣ୍ଡାରୀ ସ୍କୁଲର ଛାତ୍ରୀ ଦିବ୍ୟାଶୀଂ । ନିଜ ସ୍କୁଲରେ ବି ସେ ଟପ୍ପର ହୋଇଛନ୍ତି । ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଇତିହାସରେ ସ୍ନାତକ ପଢ଼ିବା ପାଇଁ ଆବେଦନ କରିଛନ୍ତି ଦିବ୍ୟାଶୀଂ ।

Leave A Reply

Your email address will not be published.