Latest Odisha News

BREAKING NEWS

୧୯୬୬ ବିଶ୍ୱକପ୍ ବିଜେତା ଜ୍ୟାକ୍ ଚାଲର୍ଟନଙ୍କ ଦେହାନ୍ତ

ଲଣ୍ଡନ: ଇଂଲଣ୍ଡର ବିଶ୍ୱକପ୍ ବିଜେତା ଫୁଟବଲର ଖେଳାଳୀ ତଥା ଆର୍ୟଲାଣ୍ଡର ପୂର୍ବତନ କୋଚ୍ ଜ୍ୟାକ୍ ଚାଲର୍ଟନଙ୍କ ଶୁକ୍ରବାର ଦିନ ଦେହାନ୍ତ ହୋଇଛି।

ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ଇଂଲଣ୍ଡର ନର୍ଥମ୍ବଲେଣ୍ଡ ସ୍ଥିତ ପୈତିକ ଘରେ ତାଙ୍କର ନିଧନ ହୋଇଥିଲା ।

୧୯୬୬ ଫିଫା ବିଶ୍ୱକପର ଆୟୋଜକ ରହିଥିଲା ଇଂଲଣ୍ଡ । ଯେଉଁଥିରେ ଆୟୋଜକ ଦଳ ଭାବେ ଇଂଲଣ୍ଡ ବିଶ୍ୱକପ୍ ଚାମ୍ପିୟନ୍ ହୋଇପାରିଥିଲା । ଏଥିସହିତ ସେ ୧୯୬୫ରୁ ୧୯୭୦ ମସିହା ମଧ୍ୟରେ ଇଂଲଣ୍ଡ ପକ୍ଷରୁ ପାଖାପାଖି ୩୫ଟି ଅନ୍ତର୍ଜାତୀୟ ଫୁଟବଲ୍ ମ୍ୟାଚ୍ ଖେଳିଛନ୍ତି ।

ଯେଉଁଥିରେ ଜ୍ୟାକ୍ ୬ଟି ଗୋଲ୍ ସ୍କୋର କରି ଏକପ୍ରକାର ରେକର୍ଡ କରିଥିଲେ । ଏପରିକି ସେ ଦଳର ଶ୍ରେଷ୍ଠ ଡିଫେଣ୍ଡର ଭାବେ ପ୍ରାୟ ୬୦୦ରୁ ଅଧିକ ମ୍ୟାଚ୍ ଖେଳି ୭୦ଟି ଗୋଲ୍ ସ୍କୋର କରିବାର ସୌଭାଗ୍ୟ ଅର୍ଜନ କରିଥିଲେ ।

ପରବର୍ତ୍ତୀ ସମୟରେ ୧୯୮୬ ବେଳକୁ ଆର୍ୟଲାଣ୍ଡର କୋଚ୍ ହୋଇଥିଲେ । ତାଙ୍କ ତତ୍ୱାବଧାନରେ ଟିମ୍ ୧୯୯୦ ବିଶ୍ୱକପର କ୍ୱାଟର ଫାଇନାଲକୁ ଯାଇପାରିଥିଲା ।

 

Leave A Reply

Your email address will not be published.