Latest Odisha News

BREAKING NEWS

ରାଜ୍ୟର ୨.୬୬ ଲକ୍ଷ ଅଯୋଗ୍ୟ କାଳିଆ ହିତାଧିକାରୀ ଚିହ୍ନଟ ହେଲେ: ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ସରକାର ଏପର୍ଯ୍ୟନ୍ତ ୨.୬୬ ଲକ୍ଷ ଅଯୋଗ୍ୟ କାଳିଆ (କୃଷକ ଆସିଷ୍ଟାନ୍ସ ଫର୍ ଲାଇଲିହୁଡ଼ ଏଣ୍ଡ ଇନକମ ଅଗୁମେଣ୍ଟେସନ) ହିତାଧିକାରୀ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ଗୁରୁବାର ଦିନ କହିଛନ୍ତି ।

କାଳିଆ ଯୋଜନା ସମ୍ପର୍କୀତ ଏକ ସମୀକ୍ଷା ବୈଠକରେ କୃଷିମନ୍ତ୍ରୀ ସୂଚନାଦେଇ କହିଛନ୍ତି ଯେ, ଏହି ଯୋଜନାରେ ୫୧ ଲକ୍ଷ ହିତାଧିକାରୀ ଅନ୍ତର୍ଭୃକ୍ତ ହୋଇଛନ୍ତି । ଏହି ହିତାଧିକାରୀଙ୍କ ମଧ୍ୟରେ ସରକାର ୩୬.୮୮ ଲକ୍ଷ ଆବେଦନପତ୍ରକୁ ଯାଞ୍ଚ କରିଥିବା ବେଳେ ସେଥିମଧ୍ୟରୁ ୨.୬୬ ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିଛନ୍ତି ।

ଏସମ୍ପର୍କରେ କୃଷିମନ୍ତ୍ରୀ ଅଧିକ ସୂଚନାଦେଇ କହିଛନ୍ତି, ଏହି କାଳିଆ ହିତାଧିକାରୀଙ୍କ ଯାଞ୍ଚ ପ୍ରକି୍ରୟା ପଞ୍ଚାୟତ ଓ ବ୍ଲକସ୍ତରରେ ଅଗଷ୍ଟ ୨୭ ସୁଦ୍ଧା ସମାପ୍ତ ହେବ । ଏହାବ୍ୟତୀତ, ଅଗଷ୍ଟ ୩୧ ସୁଦ୍ଧା ଜିଲ୍ଲାସ୍ତରୀୟ ଯାଞ୍ଚ ପ୍ରକ୍ରିୟା ସମାପ୍ତ ହେବ ବୋଲି ସେ ସୂଚନା ଦେଇଛନ୍ତି । ଏହି ଯାଞ୍ଚପ୍ରକ୍ରିୟା ସମ୍ପୂର୍ଣ୍ଣ ସମାପ୍ତ ହେବାପରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.