Latest Odisha News

BREAKING NEWS

ଅନନ୍ତନାଗରେ ସେନା ଏନକାଉଣ୍ଟର, ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କାଶ୍ମୀର ଅନ୍ତର୍ଗତ ଅନନ୍ତନାଗ ଜିଲ୍ଲାର ୱାଘାମା ଅଞ୍ଚଳରେ ମଙ୍ଗଳବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳି ବିନିମୟରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି ।

ସୁତ୍ରରୁ ପ୍ରକାଶ ଯେ ଅନନ୍ତନାଗ ଜିଲ୍ଲାର ୱାଘାମା ଅଞ୍ଚଳରେ କେତେକ ଆତଙ୍କବାଦୀମାନେ ଛପି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଖବର ମିଳିଥିଲା । ସୂଚନାକୁ ଆଧାର କରି ଏସଓଜି, ଭାରତୀୟ ସୋନର ୧୯-ଆରଆର ଓ ସିଆରପିଏଫର ଏକ ଟିମ୍ ମିଳିତ ଉଦ୍ୟମରେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା ।

ଏହି ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀ ପକ୍ଷରୁ ଅତର୍କିତ ଗୁଳି ଚାଳନା ହେବା ଫଳରେ ସୁରକ୍ଷାକର୍ମୀଙ୍କ ପାଲଟା ଗୁଳି ମାଡରେ ୨ଜଣ ଆତଙ୍କବାଦୀ ନିହତ ହୋଇଥିବା ନେଇ ସୂଚନା ମିଳିଛି ।

ଜମ୍ମୁ-କାଶ୍ମୀର ପୋଲିସ ଡିଜିପି ଦିଲବାଗ ସିହଙ୍କ କହିବା ଅନୁଯାୟୀ ନିୟତ ହୋଇଥିବା ଆତଙ୍କବାଦୀମାନେ ଗତ ୩ ଦିନ ତଳେ ସିଆରପିଏଫର ଜଣେ ଯବାନ ଓ ଅନ୍ୟ ଜଣେ ୫ ବର୍ଷୀୟ ଶିଶୁର ହତ୍ୟା କରିଥିଲେ ।

ତେବେ ସେନା ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ ଘେରାଉ କରି ତଲାସି ଅଭିଯାନକୁ ଜୋରଦାର କରାଯାଇଛି।

Leave A Reply

Your email address will not be published.