Latest Odisha News

BREAKING NEWS

ପରବର୍ତ୍ତୀ କୋର୍ଟ ଆଦେଶକୁ ଅପେକ୍ଷା, ଆସନ୍ତାକାଲି ଫାଶୀ ପାଇବେନି ନିର୍ଭୟା ଦୋଷୀ !

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ଜଣ ଅଭିଯୁକ୍ତଙ୍କୁ ଆସନ୍ତାକାଲି ଫାଶୀ ଖୁଣ୍ଟରେ ଝୁଲାଇଦେବାକୁ ହୋଇଥିଲା ତାରିଖ ଧାର୍ଯ୍ୟ । ମାତ୍ର ଏହି ମୃତ୍ୟୁ ଦଣ୍ଡ ଆସନ୍ତାକାଲି ଦିଆଯାଇପାରିବ ନାହିଁ, ଆସନ୍ତା ଶୁଣାଣିକୁ ଅପେକ୍ଷା କରିବାକୁ ପଡ଼ିବ । ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପବନ ଗୁପ୍ତା (୨୫) ପୂର୍ବରୁ ରାଷ୍ଟ୍ରପତିଙ୍କୁ ରାଜକ୍ଷମା ଲାଗି ଆବେଦନ କରିଥିଲା । ଏହି ଆବେଦନ ଏବେ ବିଚାରଧିନ ରହିଥିବା ଯୋଗୁଁ ଏହି ମୃତ୍ୟୁ ପରୱାନା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରହିଲା ବୋଲି ମାମଲାର ଶୁଣାଣି କରୁଥିବା ବିଚାରପତି ନ୍ୟାୟାଧିଶ ଧର୍ମେନ୍ଦ୍ର ରାଣା କହିଛନ୍ତି ।

ଏଠାରେ ସୂଚନାଯୋଗ୍ୟ, ମାର୍ଚ୍ଚ ୩ ତାରିଖରେ ଅର୍ଥାତ୍ ଆସନ୍ତାକାଲି ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଜଣ ଅଭିଯୁକ୍ତ ପବନ ଗୁପ୍ତା (୨୫), ମୁକେଶ ସିଂହ (୩୨), ବିନୟ ଶର୍ମା (୨୬) ଏବଂ ଅକ୍ଷୟ ଠାକୁରଙ୍କୁ ଫାଶି ଖୁଣ୍ଟରେ ଝୁଲାଇଦେବାକୁ ଡେଥ୍ ୱାରେଣ୍ଟ୍ ମଧ୍ୟ ଜାରି ହୋଇଥିଲା ।

ଫେବୃଆରୀ ୨୯ ତାରିଖରେ ଏହି ଡେଥ ୱାରେଣ୍ଟକୁ ସ୍ଥଗିତ ରଖିବା ନେଇ ଦୋଷୀ ଅକ୍ଷୟ ଓ ପବନ ଉଭୟରେ ଅଦାଲତରେ ଆବେଦନ କରିଥିଲେ । ଏହା ଆବେଦନକୁ ଅଦାଲତ ଖାରଜ କରିଦେଇଥିଲେ । ଦୋଷୀ ପବନ ଗୁପ୍ତା ରାଷ୍ଟ୍ରପତିଙ୍କ୍‌ୁ ଦେଇଥିବା ଆବେଦନର ଚୂଡ଼ାନ୍ତ ନିଷ୍ପତ୍ତି ହୋଇନଥିଲା । ତେଣୁ ଏହି ଫାଶୀ ଆସନ୍ତାକାଲି ହେବାକୁ ଥିବାବେଳେ ଏହା ଉପରେ ରୋକ୍ ଲାଗିଛି ।

Leave A Reply

Your email address will not be published.