Latest Odisha News

BREAKING NEWS

‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ: ମୁଖ୍ୟମନ୍ତ୍ରୀ ୧୦ଟି ଜିଲ୍ଲାର ୧୦ଟି ବ୍ଲକ ପାଇଁ ୪୪.୭୩ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କଲେ

ଭୁବନେଶ୍ୱର : ୨୧୩ଟି ପଚାଂୟତ ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁର କଲେ ୪୪.୭୩ କୋଟି ଟଙ୍କା । ଆଜି ସୁଦ୍ଧା ୧୩୯ଟି ବ୍ଲକର ସମୁଦାୟ ୩୧୯୭ ଗ୍ରାମ ପଚାଂୟତ ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ୨୯୮୧୬ ପ୍ରକଳ୍ପ, ୭୨୯.୧୪ କୋଟି ଟଙ୍କା ।

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୧୦ଟି ଜିଲ୍ଲାର ୧୦ଟି ବ୍ଲକ ପାଇଁ ୪୪.୭୩ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏହି ଜିଲ୍ଲା ଗୁଡିକ ହେଲା- ବୌଦ୍ଧ ଜିଲ୍ଲାର ହରଭଙ୍ଗା,କଟକ ଜିଳ୍ଳାର ତିଗିରିଆ,ଗଜପତି ଜିଲ୍ଲାର ମୋହନା,କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ, ଖୋର୍ଦ୍ଧା ଜିଲ୍ଲାର ବୋଲଗଡ,ନୂଆପଡା ଜିଲ୍ଲାର ବୋଡେନ,ପୁରୀ ଜିଲ୍ଲାର ପୁରୀ ସଦର,ସମ୍ବଲପୁର ଜିଲ୍ଲାର କୁଚିଣ୍ଡା,ସୋନପୁର ଜିଲ୍ଲାର ବିନ୍କା ଓ ସୁନ୍ଦରଗଡ ଜିଲ୍ଲାର ହେମଗିରି ବ୍ଲକ ।

ଆଜି ମୁଖ୍ୟମନ୍ତ୍ରୀ ହରଭଙ୍ଗା ବ୍ଲକର ୨୧ଟି ପଚାଂୟତ ପାଇଁ ୫.୫୧ କୋଟି ଟଙ୍କାରେ ୩୩୦ଟି ପ୍ରକଳ୍ପ ,ତିଗିରିଆ ବ୍ଲକର ୧୪ଟି ପଚାଂୟତ ପାଇଁ ୩କୋଟି ଟଙ୍କାରେ ୧୬୫ଟି ପ୍ରକଳ୍ପ, ମୋହନା ବ୍ଲକର ୩୮ଟି ପଚାଂୟତ ପାଇଁ ୪.୫୬ କୋଟି ଟଙ୍କାରେ ୧୧୪ଟି ପ୍ରକଳ୍ପ, ମାର୍ଶାଘାଇ ବ୍ଲକର ୨୪ଟି ପଚାଂୟତ ପାଇଁ ୫.୫୧୫ କୋଟି ଟଙ୍କାରେ ୧୯୧ଟି ପ୍ରକଳ୍ପ,ବୋଲଗଡ ବ୍ଲକର ୧୯ଟି ପଚାଂୟତ ପାଇଁ ୪.୭୫ କୋଟି ଟଙ୍କାରେ ୧୫୪ଟି ପ୍ରକଳ୍ପ,ବୋଡେନ ବ୍ଲକର ୧୫ଟି ପଚାଂୟତ ପାଇଁ ୨.୮୪ କୋଟି ଟଙ୍କାରେ ୧୬୦ଟି ପ୍ରକଳ୍ପ,ପୁରୀ ସଦର ବ୍ଲକର ୩୦ଟି ପଚାଂୟତ ପାଇଁ ୭.୦୫ କୋଟି ଟଙ୍କାରେ ୪୦୩ଟି ପ୍ରକଳ୍ପ,କୁଚିଣ୍ଡା ବ୍ଲକର ୧୭ଟି ପଚାଂୟତ ପାଇଁ ୩.୬୫୫ କୋଟି ଟଙ୍କାରେ ୧୪୩ଟି ପ୍ରକଳ୍ପ, ବିନ୍କା ବ୍ଲକର ୧୬ଟି ପଚାଂୟତ ପାଇଁ ୪.୩୫ କୋଟି ଟଙ୍କାରେ ୧୨୭ଟି ପ୍ରକଳ୍ପ ଓ ହେମଗିରି ବ୍ଲକର୧୯ଟି ପଚାଂୟତ ପାଇଁ ୩.୫୦ କୋଟି ଟଙ୍କାରେ ୧୩୯ଟି ପ୍ରକଳ୍ପ । ଏହିପରି ସମୁଦାୟ ୧୦ଟି ବ୍ଲକର ୨୧୩ଟି ପଚାଂୟତ ପାଇଁ ମୁଖ୍ୟମନ୍ତ୍ରୀ ୪୪.୭୩ କୋଟି ଟଙ୍କାରେ ୧୯୨୬ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି ।

 

ଆଜିର କାର୍ଯ୍ୟକ୍ରମକୁ ମିଶାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୩୯ଟି ବ୍ଲକର ୩୧୯୭ଟି ଗ୍ରାମ ପଚାଂୟତ ସହିତ ଆଲୋଚନ ମାଧ୍ୟମରେ ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏପର୍ଯ୍ୟନ୍ତ୨୯୮୧୬ଟି ପ୍ରକଳ୍ପ ପାଇଁ ୭୨୯.୧୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସୂଚନା ଅନୁଯାୟୀ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଗ୍ରାମବାସୀଙ୍କ ସହିତ ସିଧାସଳଖ ଆଲୋଚନା ଜରିଆରେ ସେମାନଙ୍କ ପ୍ରସ୍ତାବିତ ପ୍ରମଳ୍ପ ଗୁଡିକୁ ମଞ୍ଜୁର କରିଛନ୍ତି । ଏହି କାର୍ଯ୍ୟକ୍ରମ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ସାମୁହିକ କାର୍ଯ୍ୟାନ୍ୱୟନ ଓ ସ୍ୱଚ୍ଛ ପ୍ରଶାସନର ଶ୍ରେଷ୍ଠ ଉଦାହରଣ ହୋଇପାରିଛି ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ,ସାଂସଦ,ବିଧାୟକ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର,ପଚାଂୟତିରାଜ ବିଭାଗର ପ୍ରମୁଖ ସଚିବ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ,ଜିଲ୍ଲାପାଳ ଓ ପଚାଂୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.