Latest Odisha News

BREAKING NEWS

ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ୨ୟ ଦିନ; ବନ୍ଦୀଶାଳାରେ ଜନ୍ମନେଲେ କୃଷ୍ଣ

ବରଗଡ: ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଆଜି ହେଉଛି ୨ୟ ଦିନ । ଏହି ଅବସରରେ ପାପର ନାଶ କରିବା ପାଇଁ ବନ୍ଦୀଶାଳାରେ ମାତା ଦେବକୀଙ୍କ କୋଳମଣ୍ଡନ କରିଛନ୍ତି ପ୍ରଭୁ କୃଷ୍ଣ ଭଗବାନ ।

ଏଥିସହିତ ରାଜା ଉଗ୍ରସେନଙ୍କୁ ବନ୍ଦୀ କରିବା ପରେ ମଥୁରାର ମହାରାଜା ହୋଇଛନ୍ତି କଂସ । ତାଙ୍କର କ୍ରୁର ରାଜୁତିରେ ଏକପ୍ରକାର ଥରହର ହୋଇପଡିଛନ୍ତି ପ୍ରଜାମାନେ । ଏପଟେ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମ ନେଇଛନ୍ତି ଶ୍ରୀକୃଷ୍ଣ । ପରେ ଆପେଆପେ ଖୋଲିଯାଇଛି କାରାଗାର ଦ୍ୱାର ଓ ବସୁଦେବ ସମସ୍ତଙ୍କ ଅଗୋଚରରେ ନବଜାତ ଶିଶୁକୁ ଟୋକେଇରେ ମୁଣ୍ଡେଇ ନେଉଛନ୍ତି ଗୋପପୁରକୁ ।

ପରବର୍ତ୍ତୀ ସମୟରେ ରାଜ୍ୟର ସୀମାନ୍ତରେ ତାଙ୍କୁ ଅଟକାଇଛନ୍ତି ଅଜା ଉଗ୍ରସେନ । ପରେ ଶିଶୁ କୃଷ୍ଣଙ୍କର ଅଲୌକିକତା ଦେଖି ଆଶ୍ଚର୍ଯ୍ୟଚକିତ ହୋଇପଡିଥିଷଲ ଉଭୟ ବାପା ଓ ଅଜା । ଏପରିକି ସେମାନଙ୍କୁ ଗୋପପୁର ଯିବାପାଇଁ ପୂର୍ଣ୍ଣଗଭା ଯମୁନା ନଦୀ ମଧ୍ୟ ୨ ଭାଗ ହୋଇଯାଇଛି । ପରେ ବସୁଦେବ ଗୋପପୁରରେ ଶ୍ରୀକୃଷ୍ଣଙ୍କୁ ଛାଡି ବିଜୁଳି କନ୍ୟାକୁ ନେଇ ମଥୁରା ଫେରିଥିଲେ ।

ଏହି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ରେ କଳାକାରଙ୍କ ନିଖୁଣ କଳାକୃତିରେ ଶୋଭା ବର୍ଦ୍ଧନ କରୁଥିବାବେଳେ ଏବେ ବରଗଡ ମଥୁରା ନଗରୀ ପାଲଟିଥିବାବେଳେ ଓ ଆମ୍ବାପାଲି ଗୋପପୁରରେ ରୂପାନ୍ତରିତ ହୋଇଛି ।

ଅପରପକ୍ଷରେ ପ୍ରବଳ ଶୀତର ପ୍ରକୋପ ସତ୍ୱେ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଦେଖିବା ପାଇଁ ମୁକ୍ତାକାଶ ରଙ୍ଗମଞ୍ଚରେ ଦର୍ଶକ ତଥା ପର୍ଯ୍ୟଟକମାନଙ୍କର ପ୍ରବଳ ଜନ ସମାବେଶ ମଧ୍ୟ ଦେଖିବାକୁ ମିଳିଛି ।

Leave A Reply

Your email address will not be published.