Latest Odisha News

BREAKING NEWS

ଦଳ ବିରୋଧୀ କାର୍ଯ୍ୟ ଲାଗି ବିଜେଡିରୁ ବହିଷ୍କୃତ ହେଲେ ୩ ନେତା

ଭୁବନେଶ୍ୱର : ବିଜେଡ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ୩ ଜଣ ବିଜେଡି ନେତାଙ୍କୁ ଦଳ ବିରୋଧି କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର କରିଛନ୍ତି ।

ବିଜେଡିରୁ ବହିଷ୍କୃତ ୩ ନେତାଙ୍କ ମଧ୍ୟରେ ରହିଛନ୍ତି ରାୟଗଡା ଗୁଣୁପୁର ନିର୍ବାଚନ ମଣ୍ଡଳୀର ୨ ଜଣ ଏବଂ ଜଣେ କଟକ ଜିଲ୍ଲା ବାଙ୍କି ନିର୍ବାଚନ ମଣ୍ଡଳୀର ନେତା ରହିଛନ୍ତି ।

ସେମାନେ ହେଲେ ଗୁଣୁପୁର ନିର୍ବାଚନ ମଣ୍ଡଳୀର ଶିବ ପ୍ରସାଦ ଗୌଡ ଏବଂ କେ. ରାମକୃଷ୍ଣ ହୋଇଥିବା ବେଳେ ଅନ୍ୟ ଜଣେ ବାଙ୍କି ନିର୍ବାଚନ ମଣ୍ଡଳୀର କାହ୍ନୁ ସିଂହ ବୋଲି ସୂଚନା ମିଳିଛି ।

ଏସମ୍ପର୍କରେ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ବିଜୟ ନାୟକ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି ।

Leave A Reply

Your email address will not be published.