Latest Odisha News

BREAKING NEWS

ଜେଜେବାପା ଶବ ଉପରେ ନାତି, କଶ୍ମୀର ଏନକାଉଣ୍ଟର ସାଇଟର ହୃଦୟ ବିଦାରକ ଦୃଶ୍ୟ

ଜମ୍ମୁ କଶ୍ନୀର: କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ । ଆତଙ୍କବାଦୀଙ୍କ ଗୁଳିରେ ଟଳି ପଡ଼ିଲେ ଜେଜେବାପା । କିନ୍ତୁ ବଞ୍ଚିଗଲା ପାଖରେ ଥିବା ତିନି ବର୍ଷର ନାତି । ଜମ୍ମୁ କଶ୍ମୀର ସପୋରରେ ସିଆରପିଏଫ୍ ଯବାନଙ୍କ ଉପରେ ଆତଙ୍କୀ ହମଲା ପରେ ଏଭଳି ହୃଦୟବିଦାରକ ଚିତ୍ର ସାମନାକୁ ଆସିଛି । ପିଲାଟିକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଛନ୍ତି ଯବାନ ।

ପିଲାଟିକୁ ଯବାନ ଉଦ୍ଧାର କରିବା ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ସେହିପରି ଆଉ ଗୋଟିଏ ଫଟୋରେ ଜେଜେବାପାଙ୍କ ପେଟ ଉପରେ ପିଲାଟି ବସିଛି । ଜେଜେବାପାଙ୍କ ଦେହରେ ବାଜିଛି ଗୁଳି । ରକ୍ତାକ୍ତ ଅବସ୍ଥାରେ ସେ ତଳେ ପଡ଼ିଛନ୍ତି । ମୃତକଙ୍କ ବୟସ ୬୦ ବର୍ଷ ହେବ ।

କ୍ଷୀର ଆଣିବାକୁ ସକାଳୁ ସକାଳୁ ଜେଜେବାପାଙ୍କ ସହ ବଜାରକୁ ଯାଇଥିଲା ୩ ବର୍ଷର ଅବୋଧ ଶିଶୁ । ଏତିକିବେଳେ ସିଆରପିଏଫ୍ ପାଟ୍ରୋଲିଂ ଟିମ୍ ଉପରେ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଗୁଳି ବୃଦ୍ଧଙ୍କ ଦେହରେ ବି ବାଜିଥିଲା ।

ମୃତଦେହ ଉପରେ ବହୁ ସମୟ ବସି ରହିଥିଲା କଅଁଳ ଶିଶୁ । ଜେଜେବାପାଙ୍କୁ ଉଠାଉଥିଲା । ଯେମିତି ସବୁଦିନ ଜେଜେବାପାଙ୍କ କୋଳରେ ବସା ଉଠା ଓ ଖେଳକୁଦ କରେ ଠିକ୍ ସେଭଳି ବସି ରହିଥିଲା । କିନ୍ତୁ ବିଡମ୍ବନା ନାତିକୁ କୋଳକୁ ଆଉଜି କି ନିଜ ଛାତିରେ କୁଣ୍ଡାଇ ପକାଉ ନଥିଲେ ଜେଜେବାପା । ଅବୋଧ ଶିଶୁ କଣ ଜାଣିଛି ଚିରନିଦ୍ରାରେ ଶୋଇ ଯାଇଛନ୍ତି ଜେଜେବାପା ।

ଜମ୍ମୁ କଶ୍ମୀର ସପୋରର ଏହି ହୃଦୟ ବିଦାରକ ଦୃଶ୍ୟ ସାରା ଦେଶବାସୀଙ୍କ ଆଖିରୁ ଓଦା କରି ଦେଉଛି । ସେହିପରି ବୀର ଯବାନଙ୍କ ସାହସକୁ ବି ସାଲ୍ୟୁଟ କରୁଛି ଦେଶ ।

Leave A Reply

Your email address will not be published.