Latest Odisha News

BREAKING NEWS

କେନ୍ଦୁଝରରେ ବଜ୍ରପାତ ନେଲା ୩ ଜୀବନ

କେନ୍ଦୁଝର: କେନ୍ଦୁଝରରେ ବୁଧବାର ଦିନ ବଜ୍ରପାତ ଯୋଗୁଁ ୩ଜଣ ପ୍ରାଣ ହରାଇ ଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଏହି ବଜ୍ରାଘାତରେ ବଡ଼ଶିଆଳିମାଳା ଅଞ୍ଚଳର ଦୁଇ ଦମ୍ପତି ପ୍ରାଣ ହରାଇଛନ୍ତି । ମୃତ ଦମ୍ପତି ଦ୍ୱୟ ଉକ୍ତ ଗ୍ରାମର ଚୈତନ୍ୟ ମହାନ୍ତ ଓ ତାଙ୍କ ପତ୍ନୀ ମିନା ମହାନ୍ତ ବୋଲି ଚିହ୍ନଟ କରାଯାଇଛି । ସେମାନେ ଚାଷ ଜମିରେ କାମ କରୁଥିବା ବେଳେ ଏହି ଘଟଣା ଘଟିଥିବା ସୂଚନା ମିଳିଛି ।

ସେହିପରି ଠାକୁରପଡା ଗ୍ରାମରେ ଜଣେ ପୁରୁଷ ବଜ୍ରାଘାତରେ ମାରିଥିବା ବେଳେ ତାଙ୍କ ପତ୍ନୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ମହିଳାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.