Latest Odisha News

BREAKING NEWS

ଜମ୍ମୁ-କାଶ୍ମୀରରେ ଗୁଳିବିନିମୟ: କର୍ଣ୍ଣେଲ୍, ମେଜର୍‌ଙ୍କ ସମେତ ସେନାବାହିନୀର ୪ କର୍ମଚାରୀ ଓ ଜଣେ ପୋଲିସ ଶହୀଦ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ହଣ୍ଡୱାରା ସହରରେ ଲୁଚି ରହିଥିବା ଆତଙ୍କବାଦୀ ଓ ସେନାବାହିନୀଙ୍କ ମଧ୍ୟରେ ପ୍ରାୟ ୮ ଘଣ୍ଟା ଧରି ଭୀଷଣ ଗୁଳିବିନିମୟ ହୋଇଛି ।

ଏଥିରେ ୪ ଜଣ ଭାରତୀୟ ସେନା କର୍ମଚାରୀ କମାଣ୍ଡିଂ ଅଫିସର, ରାଷ୍ଟ୍ରିୟ ରାଇଫଲ୍ସ ୟୁନିଟର ମେଜର, ୨ ଜଣ ଯବାନ ଏବଂ ଜାମ୍ମୁ କାଶ୍ମୀରର ଜଣେ ପୋଲିସ ଶହୀଦ ହରାଇଛନ୍ତି।


ଏହି ଏନ୍‌କାଉଣ୍ଟର୍‌ରେ ନିହତ ବ୍ୟକ୍ତିମାନେ ହେଉଛନ୍ତି କର୍ଣ୍ଣେଲ୍ ଆଶୁଦତୋଷ ଶର୍ମା, ମେଜର ଅଞ୍ଜୁ, ଲାନ୍‌ସ୍ ନାଏକ, ରାଇଫଲ୍‌ମ୍ୟାନ୍ ଏବଂ ପୁଲିସ ସବ୍‌-ଇନ୍ସପେକ୍ଟର୍ ଶକୀଲ୍ କାଜି।

ସମ୍ପୃକ୍ତ ଅଞ୍ଚଳରେ ଆତ୍ମଗୋପନ କରିଥିବା ଆତଙ୍କବାଦୀମାନଙ୍କୁ ନିପାତ କରିବାକୁ ଭୋର୍‌ ପ୍ରାୟ ୩: ୩୦ ମିନିଟ୍‌ରେ ଭାରତୀୟ ସେନା ଅପରେସନ ଆରମ୍ଭ କରିଥିଲା । ହଣ୍ଡୱାରାର ଚାଞ୍ଜମୁଲ୍ଲା ଠାରେ ହୋଇଥିବା ଏହି ଏନ୍‌କାଉଣ୍ଟର୍‌ରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀମାନଙ୍କୁ ଖୋଜି ବାହାର କରିବାକୁ ଦ୍ବାର ଦ୍ବାର ବୁଲି ତଲାସ କରାଯାଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ।

Leave A Reply

Your email address will not be published.