Latest Odisha News

BREAKING NEWS

ଭଦ୍ରକରେ ପୁଣି ୪ ନୂଆ କରୋନା ପଜିଟିଭ ଚିହ୍ନଟ, ସମସ୍ତଙ୍କର ପଶ୍ଚିମବଙ୍ଗ ଲିଙ୍କ୍

ଭୁବନେଶ୍ୱର: ଭଦ୍ରକ ଜିଲ୍ଲାରେ ପୁଣି ଚାରି ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏମାନଙ୍କ ମଧରୁ ତିହିଡି ବ୍ଲକର ଦୁଇ ଜଣ ଓ ଧାମନଗର ବ୍ଲକର ଦୁଇ ଜଣ ବ୍ୟକ୍ତି ରହିଥିବା ବେଳେ ସମସ୍ତେ ନିକଟରେ ପଶ୍ଚିମବଙ୍ଗରୁ ଫେରିଥିବା ବିଭାଗ ପକ୍ଷରୁ ଟ୍ୱିଟରରେ ଉଲ୍ଲେଖ କରାଯାଇଛି ।


ନୂଆ ୪ କରୋନା ପଜିଟିଭ ବ୍ୟକ୍ତିଙ୍କ ବୟସ ୪୦,୨୯,୪୧ ଓ ୨୪ ବର୍ଷ ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି । ଏଥି ସହିତ ଓଡିଶାରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୯୪ରେ ପହଞ୍ଚିଛି ।

Leave A Reply

Your email address will not be published.