Latest Odisha News

BREAKING NEWS

ମାସେ ଭିତରେ ୪ହଜାର ନୂଆ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ 6 ହଜାର 350 ଛୁଇଁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ମେ ମାସ ଅପେକ୍ଷା ଜୁନ୍ ମାସରେ ସଂକ୍ରମଣ ହାର ଅଧିକ ରହିଛି । ମାସେ ଭିତରେ ଚିହ୍ନଟ ହୋଇଛନ୍ତି 4 ହଜାର 105 ନୂଆ ପଜିଟିଭ୍ । ଅର୍ଥାତ୍ ମୋଟ୍ ସଂକ୍ରମିତଙ୍କ 64 ପ୍ରତିଶତ କେବଳ ଜୁନରେ ବାହାରିଛନ୍ତି । ଦୈନିକ ହାରାହାରି 152 ପଜିଟିଭ୍ କେସ୍ ବାହାରିଛି ।

ମେ ମାସରେ ରାଜ୍ୟରେ 1 ହଜାର 950 ନୂଆ ପଜିଟିଭ୍ ଚିହ୍ନଟ ହୋଇଥିଲେ । ମେ 1 ତାରିଖରେ ସଂକ୍ରମିତଙ୍କ ସଂଖ୍ୟା ଥିଲା ମାତ୍ର 154 । ମେ 31 ସୁଦ୍ଧା ଏହି ସଂଖ୍ୟା ବଢ଼ି 2 ହଜାର 104 ଛୁଇଁଥିଲା । ଅର୍ଥାତ ପ୍ରତିଦିନ ହାରାହାରି ସାମନାକୁ ଆସୁଥିଲା 62 ପଜିଟିଭ୍ କେସ୍ ।

ମେ ଅପେକ୍ଷା ଜୁନରେ ସଂକ୍ରମଣ ଅଧିକ ହୋଇଛି । ତାସହ ଅଧିକ ଲୋକ ସୁସ୍ଥ ବି ହୋଇଛନ୍ତି । ରାଜ୍ୟର କରୋନା ରିପୋର୍ଟକୁ ଅନୁଧ୍ୟାନ କଲେ ମେ 1 ତାରିଖରେ ଆରୋଗ୍ୟଙ୍କ ସଂଖ୍ୟା ଥିଲା 55 । ମେ 31 ସୁଦ୍ଧା ଆରୋଗ୍ୟ ଲାଭ କରିଥିଲେ 1 ହଜାର 126 ଜଣ ।

ଜୁନ ପହିଲାରେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ଥିଲା 1 ହଜାର 245 । ବର୍ତ୍ତମାନ ସୁଦ୍ଧା ବିଭିନ୍ନ କୋଭିଡ୍ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି 4 ହଜାର 422 ଆକ୍ରାନ୍ତ । ଏହି 27 ଦିନ ଭିତରେ ଆରୋଗ୍ୟ ଲାଭ କରିଛନ୍ତି 3 ହଜାର 177 ଜଣ କରୋନା ସଂକ୍ରମିତ । ଯାହାକି ମୋଟ୍ ସୁସ୍ଥ ସଂଖ୍ୟାର 71 ପ୍ରତିଶତ ।

Leave A Reply

Your email address will not be published.