Latest Odisha News

BREAKING NEWS

ପାକିସ୍ତାନରେ ୪୦୮ ହିନ୍ଦୁ ମନ୍ଦିର ଉପରେ ଏବେ ବି କବଜା

ଇସଲାମାବାଦ: ବିଶ୍ୱ ଦରବାର ଅପମାନିତ ହେବା ପରେ ପାକିସ୍ତାନ ନିଜ ଚରିତ୍ରକୁ ଭଲ ଭାବେ ଉପସ୍ଥାପନ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ମଧ୍ୟ ବିଫଳ ହୋଇଛି । ପାକିସ୍ତାନ ରାଜଧାନୀ ଇସଲାମବାଦରେ ହିନ୍ଦୁଙ୍କ ଏକ କୃଷ୍ଣ ମନ୍ଦିର ନିର୍ମାଣ ନେଇ ରାଜନୀତି ଜୋର ଧରିଥିଲା । ତେବେ ଇସଲାମର ଉଗ୍ରପନ୍ଥୀଙ୍କ ଚାପ ଯୋଗୁ ଇମ୍ରାନ ସରକାର ଏଥିରେ ଆଗେଇ ପାରି ନାହିଁ । ଏହା ନୂଆ କଥା ନୁହେଁ, ପାକିସ୍ତାନ ସର୍ବଦା ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରିଛି । ଏହା ପଛରେ ମୂଳ କାରଣ ମନୋବଳ ଭାଙ୍ଗିବା ।

ବିଭାଜନ ପରେ ପାକିସ୍ତାନରେ ଅନ୍ୟ ଧର୍ମଙ୍କ ଲୋକଙ୍କ ଉପରେ ଅତ୍ୟାଚାର ଆରମ୍ଭ ହୋଇ ଯାଇଥିଲା । ସେ ସମୟରେ ପାକିସ୍ତାନରେ ୪୨୮ ହିନ୍ଦୁ ମନ୍ଦିର ଥିଲା । ୧୯୯୦ ବେଳକୁ ୪୦୮ ମନ୍ଦିର ପାକିସ୍ତାନ ହାତମୁଠାକୁ ନେି ସାରିଥିଲା ।

ମନ୍ଦିରଗୁଡିକୁ କବଜାରେ ନେବା ସହ ଏଥିରେ ମାଦ୍ରାସା, ଦୋକାନ, ହୋଟେଲ, ଅଫିସ, ସରକାରୀ ସ୍କୁଲ ଜବରଦସ୍ତ ଖୋଲା ଯାଇଥିଲା । ପାକିସ୍ତାନ ଏହାର ସଫେଇରେ କହିଛି ଏକ ଟ୍ରଷ୍ଟକୁ ୧.୩୫ ଲକ୍ଷ ଏକର ଜମି ଲିଜ୍ ବାବଦକୁ ଦିଆଯାଇଥିଲା । ପରେ ଏହି ଟ୍ରଷ୍ଟ ମନ୍ଦିର ସମ୍ପତି ହାତେଇ ନେଇଥିଲା ।

Leave A Reply

Your email address will not be published.