Latest Odisha News

BREAKING NEWS

ଓଡିଶାରେ ୮୦ ପ୍ରତିଶତ କରୋନା ପଜିଟିଭ୍ ରୋଗୀଙ୍କଠାରେ କୌଣସି ଲକ୍ଷଣ ନାହିଁ: ଶାଳିନୀ ପଣ୍ଡିତ୍‌

ଭୁବନେଶ୍ୱର: ଓଡିଶାରେ ଚିହ୍ନଟ ହୋଇଥିବା ୫୦ ଜଣ କରୋନା ପଜିଟିଭ ରୋଗୀଙ୍କ ମଧ୍ୟରୁ ୮୦ ପ୍ରତିଶତଙ୍କଠାରେ କୌଣସି ପ୍ରକାରର ଲକ୍ଷଣ ଦେଖାଯାଇନଥିବା ରାଜ୍ୟ ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି । ଏହି ଦୃଷ୍ଟିରୁ ସମସ୍ତଙ୍କୁ ସତର୍କ ରହିବା ପାଇଁ ସେ କହିଛନ୍ତି ।

ସେହିଭଳି ୫୦ ଜଣ ସଂକ୍ରମିତଙ୍କ ମଧ୍ୟରୁ ୧୨ ଜଣ ଚିକିତ୍ସା ପରେ ସୁସ୍ଥୁ ହେବା ରାଜ୍ୟପାଇଁ ଶୁଭ ସୂଚନା ବୋଲି ସେ ପ୍ରକାଶ କରିଛନ୍ତି । ବର୍ତ୍ତମାନ ଚିକିତ୍ସାଧୀନ ରହିଥିବା ୩୭ ଜଣ କରୋନା ପଜିଟଭ୍‌ଙ୍କ ମଧ୍ୟରୁ ୩୫ ଜଣଙ୍କ ପାଖରେ କୌଣସି ଲକ୍ଷଣ ନଥିବା ବେଳେ ସେମାନଙ୍କୁ ନିରୀକ୍ଷଣ ପାଇଁ ଡାକ୍ତରଖାନାରେ ରଖାଯାଇଥିବା ସେ ସୂଚନା ଦେଇଛନ୍ତି । ଖୁବ୍ ଶୀଘ୍ର ସେମାନେ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିପାରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ରାଜ୍ୟରେ ବର୍ତ୍ତମାନ ଦିନକୁ ୩୦୦ ରୁ ୪୦୦ ନମୁନା ପରୀକ୍ଷଣ କରାଯାଉଥିବା ସୂଚନା ଦେଇ ଏକ ସପ୍ତାହ ମଧ୍ୟରେ ଏହି ସଂଖ୍ୟା ଦୁଇରୁ ତିନିଗୁଣ କରାଯିବ ବୋଲି ସେ କହିଛନ୍ତି । କରୋନା ସଂକ୍ରମଣ ଯୋଗୁଁ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନଙ୍କୁ ଅଧିକ ବିପଦ ରହିଥିବା ବେଳେ ଓଡିଶାରେ କରୋନା ସଂକ୍ରମିତଙ୍କ ମଧ୍ୟରୁ ମାତ୍ର ୮ ପ୍ରତିଶତ ଏହି ବୟସର ରହିଛିବୋଲି ସେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.