Latest Odisha News

BREAKING NEWS

ମହଙ୍ଗା ପଡ଼ିଲା ମଦପିିଇ ଗାଡ଼ି ଚଳାଇବା; ୩ ମାସରେ ୮୫୮୩ ଜଣଙ୍କୁ ଗିରଫ କଲା ପୋଲିସ

କଟକ: ସେପ୍ଟେମ୍ବରରୁ ଏପର୍ଯ୍ୟନ୍ତ ଗତ ତିନିମାସ ମଧ୍ୟରେ ମଦ ପିଇ ଗାଡ଼ି ଚଳଇବା ଅଭିଯୋଗରେ ଓଡ଼ିଶା ପୋଲିସ ୮୫୮୩ ଜଣ ଚାଳକଙ୍କୁ ଗିରଫ କରିଛି ।

ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ, କେବଳ ସେପ୍ଟେମ୍ବର ମାସରେ ୨୩୯୪ ଜଣ ମଦ୍ୟପ ଚାଳକ ଗିରଫ ହୋଇଛନ୍ତି । ସେହିପରି ଭାବେ ଅକ୍ଟୋବର ମାସରେ ୩୪୬୨ ଜଣ ଏବଂ ୨୭୨୭ ଜଣ ମଦ୍ୟପ ଗାଡ଼ି ଚାଳକ ନଭେମ୍ବର ମାସରେ ଗିରଫ ହୋଇଛନ୍ତି ।

ଏହି ବିଜ୍ଞପ୍ତି ଅନୁଯାୟୀ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୭୯୯ ଜଣ ଗାଡ଼ି ଚାଳକ ଗିରଫ ହୋଇଥିବା ବେଳେ ମୟୂରଭଞ୍ଜରେ ୧୦୬୧ ଜଣ, ଅନୁଗୁଳରେ ୫୫୯ ଜଣ, ଢେଙ୍କାନାଳରେ ୩୩୫ ଜଣ, ସମ୍ବଲପୁରରେ ୨୭୬ ଜଣ ବ୍ୟକ୍ତି ମଦ୍ୟପାନ କରି ଗାଡ଼ି ଚଳାଉଥିବା ବେଳେ ଗିରଫ ହୋଇଛନ୍ତି । ସେହିପରି ଭାବେ ବ୍ରହ୍ମପୁରରେ ୨୬୧ ଜଣ, ସମ୍ବଲପୁରରେ ୨୭୬ ଜଣ ମଦ୍ୟପ ଗାଡ଼ି ଚାଳକ ଏବଂ ସୁନ୍ଦରଗଡ଼ରେ ୨୨୭ ଜଣ ବ୍ୟକ୍ତି ଏହି ଅଭିଯୋଗରେ ଗିରଫ ହୋଇଥିବା ସୂଚନା ମିଳିଛି ।

ଅନ୍ୟପକ୍ଷରେ, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ପୁରୀ ଜିଲ୍ଲାରେ ସର୍ବନିମ୍ନ ୧୧ ଜଣ ଗାଡ଼ି ଚାଳକ ଗିରଫ ହୋଇଥିବାର ଖବର ହସ୍ତଗତ ହୋଇଛି ।

ଏହାବ୍ୟତୀତ ଭୁବନେଶ୍ୱର ଓ କଟକସ୍ଥିତ ସହରାଞ୍ଚଳ ପୋଲିସ (ୟୁବିଡ଼ି) ଦ୍ୱାରା ଭୁବନେଶ୍ୱରରେ ୨୦ ଜଣ ଏବଂ କଟକରେ ୧୪୭ ଜଣ ବ୍ୟକ୍ତିଙ୍କୁ ଏହି ଅଭିଯୋଗରେ ପୋଲିସ ଗିରଫ କରିଛି ।

Leave A Reply

Your email address will not be published.