Latest Odisha News

BREAKING NEWS

ରାଜ୍ୟରେ ଚିହ୍ନଟ ହେଲ ଆଉ ୮୬ ପଜିଟିଭ: ମୋଟ ସଂଖ୍ୟା ଛୁଇଁଲା ୧୧୮୯

ଭୁବନେଶ୍ୱର: ବିଜୁଳି ଗତିରେ ମାଡି ଚାଲିଛି କରୋନା । ଚାହୁଁ ଚାହୁଁ ଏହି ଭୂତାଣୁ ରାଜ୍ୟର ୨୪ ଟି ଜିଲ୍ଲାରେ ନିଜ କାୟା ବିସ୍ତାର କରି ସାରିଲାଣି । ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୮୬ ନୂଆ ପଜିଟିଭ ।

ଚିହ୍ନଟ ୮୬ ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ଜଣେ କଣ୍ଟେନମେଣ୍ଟ ଜୋନରୁ ଓ ୫ ଜଣ ସ୍ଥାନୀୟ ବାସିନ୍ଦା ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଯାଜପୁରରୁ ୪୬ ଜଣ ,କଟକ ଜିଲ୍ଲାରୁ ୧୧ ଜଣ, ନୟାଗଡରୁ ୬, ଗଞ୍ଜାମ ରୁ ୫ ଜଣ, ବାଲେଶ୍ଵର, ଭଦ୍ରକ, କେନ୍ଦୁଝର,ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରୁ ୩ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ବଲାଙ୍ଗୀରରୁ ୨ ଜଣ ଓ ସୁନ୍ଦରଗଡରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯ରେ ପହଂଚି ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

Leave A Reply

Your email address will not be published.