Latest Odisha News

BREAKING NEWS

ଯୁକ୍ତରାଷ୍ଟ୍ର ଆମେରିକାର ଦକ୍ଷିଣ ଡାକୋଟାରେ ବିମାନ ଦୁର୍ଘଟଣାଗ୍ରସ୍ତ: ୯ମୃତ, ୩ଆହତ

ଓ୍ବାସିଂଟନ: ଦକ୍ଷିଣ ଡାକୋଟାରୁ ଉଡ଼ାଣ ଆରମ୍ଭ କରିବାର ଅଳ୍ପ ସମୟ ପରେ ପିସି-୧୨ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଶନିବାର ଦିନ ୧୨.୩୦ ରେ ଘଟାଇଥିବା ଏହି ଦୁର୍ଘଟଣାରେ ପ୍ରାୟ ନଅ ଜଣ ଲୋକ ପ୍ରାଣ ହରାଇଛନ୍ତି।

ସୂଚନାଯୋଗ୍ୟ ଯେ, ଶନିବାର ଅପରାହ୍ଣ ପ୍ରାୟ ୧୨: ୩୦ ମିନିଟ୍ ସମୟରେ ବିମାନଟି ସିଓ ପ୍ରପାତ ଠାରୁ ପଶ୍ଚିମକୁ ୧୪୦ ମାଇଲ୍ ଦୂର ଚେମ୍ବୁଲନ୍ ରୁ ଉଡ଼ାଣ ଆରମ୍ଭ କରିବାର ଅଳ୍ପ ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଏହି ଦୁର୍ଘଟଣାରେ ୯ ଜଣ ପ୍ରାଣ ହରାଇଥିବା ବେଳେ ତିନି ଜଣ ଲୋକ ଆହତ ମଧ୍ୟ ହୋଇଛନ୍ତି। ତୁରନ୍ତ ସେମାନଙ୍କୁ ନିକଟବର୍ତ୍ତୀ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା ଯୋଗାଇ ଦିଆଯାଇଛି।

ପିଲାଟସ୍ ପିସି-୧୨ ବିମାନ ଆଇଡାହୋ ପ୍ରପାତ ଅଭିମୁଖେ ଯାଉଥିଲା ଏବଂ ସେଥିରେ ୧୨ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣାର କାରଣ ଜଣାପଡ଼ିନଥିବା ସେଠାକାର ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।

Leave A Reply

Your email address will not be published.