Latest Odisha News

BREAKING NEWS

ଟ୍ରକ୍ ଧକ୍କାରେ ଜନ୍ମଦିନରେ ଚାଲିଗଲା ୯ ବର୍ଷୀୟ ଝିଅର ଜୀବନ

ନୂଆପଡା: ଜନ୍ମ ଦିନ ହେଲା ମରଣ ଦିନ । ଚଢ଼ିଗଲା ଟ୍ରକ୍ । ଚାଲିଗଲା ୯ ବର୍ଷୀୟ ନାବାଳିକାର ଜୀବନ । ନୂଆପଡା ଜିଲ୍ଲା ଖଡିଆଳର ବୋଡେନ୍ ଛକ ନିକଟସ୍ଥ ଜାତୀୟ ରାଜପଥରେ ଆଜି ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।

ଟ୍ରକ୍ ଧକ୍କାରେ ଜଣେ ୯ ବର୍ଷୀୟ ନାବାଳିକା ପ୍ରାଣ ହରାଇଛି । ମୃତକଙ୍କ ନାଁ ବୈଷ୍ଣବୀ ଖମ୍ପରିଆ । ସୂଚନାମୁତାବକ, ବୈଷ୍ଣବୀ ତାଙ୍କ ମା’ଙ୍କ ସହ ସ୍କୁଟିରେ ଯାଉଥିଲେ । ଏହି ସମୟରେ ଏକ ଟ୍ରକ୍ ପଛପଟୁ ଧକ୍କା ଦେଇଥିଲା । ଏହା ପରେ ଟ୍ରକ୍‌ଟି ବୈଷ୍ଣବୀ ଉପରେ ଚଢ଼ିଯାଇଥିଲା । ଫଳରେ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଛି ।

ସେପଟେ ମାଆ ରୀତା ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ପୋଲିସ ପହଂଚି ଟ୍ରକ୍‌କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.