ଜଣେ ଅଧିକାରୀ ଏବଂ ନାୟକ

(ପ୍ରିୟବ୍ରତ ପଟ୍ଟନାୟକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି)

ବାସ୍ତବରେ କହିବାକୁ ଗଲେ ସେ ବିଧିବଦ୍ଧ ଗୋଲାକଧନ୍ଦା ଏବଂ ସାଧାରଣ ମନୁଷ୍ୟର ଆବଶ୍ୟକତା ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିଥିଲେ। ଲୋକେ ତାଙ୍କ ପାଖକୁ ଅସମ୍ଭବକୁ ସମ୍ଭବ କରିବାର ଆଶା ନେଇ ଆସୁଥିଲେ କାରଣ ସେ ଯେକୌଣସି କାମ, ସ୍ଥାନ ନିର୍ବିଶେଷରେ କରିପାରୁଥିଲେ। ପର ଲୋକଙ୍କ ସମସ୍ୟାକୁ ଆପଣାର ଭଳି ଦେଖିବାର ପ୍ରୟାସ ଯୋଗୁ ତାଙ୍କ ସଂସାର ଅନ୍ୟ ତୁଳନାରେ ଖୁବ ବିସ୍ତାରିତ। ଅନ୍ୟମାନେ ଯେତେବେଳେ ବାବୁ ପରି ନିଜ ମହଲରେ ରହିଲେ ସେତେବେଳେ ସେ ବାହାରେ ରହି ସମସ୍ତଙ୍କ ମନ ଛୁଇଁ ଥିଲେ। ଯଦିଓ ଅଧିକ ନୁହେଁ, ତାଙ୍କ ପ୍ରୟାସର ଏକ ଉପଯୁକ୍ତ ପ୍ରତିକ୍ରିୟାକୁ ସେ ସଦାବେଳେ ଅସ୍ଥିର ହୋଇ ଖୋଜି ବୁଲୁଥିଲେ। ଛାତ୍ରଛାତ୍ରୀ, ଷ୍ଟାର୍ଟ ଅପ ପ୍ରମୋଟର, ସଙ୍ଗୀତଜ୍ଞ, ଅଭିନେତା, ଚଳଚ୍ଚିତ୍ର ନିର୍ମାତା, ଉଦ୍ୟୋଗୀ, ଆଦର କରୁଥିବା ବୟସ୍କ, ଶିଳ୍ପପତି, କ୍ରୀଡ଼ାବିତ, ଅଭାବଗ୍ରସ୍ତ କଳାକାର ଏବଂ ସୁବିଧାବାଦୀ ଲୋକଙ୍କ ମଧ୍ୟ ସ୍ମୃତିରେ ସେ ରହିଛନ୍ତି। ରାଜନୀତିରେ ଭାଗ ନ ନେଇ ବୋଧେ କୌଣସି ବ୍ୟକ୍ତି ଏ ପରି ସ୍ମରଣୀୟ ହୋଇ ରହିବା ଏକ ବିରଳ କଥା। ସେଥିପାଇଁ ସେ ଥିଲେ ଟୁଲୁ ଭାଇ, ଟୁଲୁ ବାବୁ ନୁହଁ।

ମୁଁ ତାଙ୍କୁ ୮୦ ଦଶକରୁ ଜାଣିଥିଲି। ତାଙ୍କ ଭିତରେ ଥିବା ଜ୍ୱାଳାର ଆବେଗପ୍ରବଣତା, ଉଜ୍ୱଳତା ଓ ଉତ୍ସାହକୁ କୌଣସି ଜିନିଷ ବାଧା ଦେବା ଅଶ୍ରୁତପୂର୍ଵ ଥିଲା। ତାଙ୍କ କାର୍ଯ୍ୟଶୈଳୀ ଓ ବ୍ୟକ୍ତିତ୍ବ ନିଜକୁ ସର୍ବୋଚ୍ଚ ମଣୁ ଥିବା ଅଧିକାଂଶ ଲୋକଙ୍କୁ ଆଘାତ ପହଞ୍ଚାଇ ଥିଲା କିନ୍ତୁ ଶେଷରେ ସମ୍ପୂର୍ଣ୍ଣ ଭାବେ ପରିବେଷ୍ଟିତ କରିଥିଲା। ଲୋକେ ମନେ ରଖିବେ ଯେ ଶ୍ରୀ ପଟ୍ଟନାୟକଙ୍କୁ ସର୍ବସାଧାରଣରେ ବିଶେଷ ଶ୍ରେୟ ତୁଳନାରେ ଆପଣାପଣ ଓ ସ୍ନେହ ଅଧିକ ମିଳିଛି। ତାଙ୍କ ପରି ହେବାକୁ ଅନେକ ଲୋକଙ୍କ ଇଚ୍ଛା ଥିଲା କିନ୍ତୁ କେହି ସେ ସ୍ତରକୁ ଛୁଇଁ ପାରିନାହାନ୍ତି। ଉଚ୍ଚପଦସ୍ଥ ଲୋକ ଏବେ ମଧ୍ୟ ତାଙ୍କ ପରି ଲୋକପ୍ରିୟ ହେବାକୁ ଆଶା କରନ୍ତି କିନ୍ତୁ ତାଙ୍କ ପରି ନିଃସ୍ୱାର୍ଥପର ହେବାରେ ପ୍ରାୟ ଅସଫଳ ହୁଅନ୍ତି। ନିଜ

ପ୍ରଭାବଶାଳୀ ପଦର ଦୁରୂପଯୋଗ ନ କରି ସମାଜର ଉପକାରିତା ନିମନ୍ତେ ତାଙ୍କ କାର୍ଯ୍ୟ ଉତ୍ସର୍ଗୀତ ହୋଇଥିଲା। ଏହା ଯୋଗୁ ସେ ନିଜ ପଦବୀଠୁ ମଧ୍ୟ ଉଚ୍ଚ ଥିଲେ। ଅନ୍ୟ ମାନେ ତାଙ୍କ ମନକୁ ବୁଝିବାର ଚେଷ୍ଟା କରି ଅସଫଳ ହେଉଥିଲେ କିନ୍ତୁ ନିଜକୁ ସେ ଖୁବ ଭଲରେ ଚିହ୍ନି ଥିଲେ। ତେଣୁ ବିଭିନ୍ନ ଜିଲ୍ଲା ଓ ବିଭାଗରେ ତାଙ୍କର କାର୍ଯ୍ୟକାଳର ବିବରଣୀ ପ୍ରସିଦ୍ଧ ହୋଇ ରହିଛି। ଶ୍ରୀ ପଟ୍ଟନାୟକଙ୍କୁ ବାନ୍ଧି ରଖିବା ଅସମ୍ଭବ ଥିଲା। ସେଥିପାଇଁ ଓଡ଼ିଶା ପ୍ରଶାସନର ଏକ ନିପୁଣ ବ୍ୟକ୍ତିତ୍ବ ହେବା ସତ୍ତ୍ୱେ ତାଙ୍କୁ ଟୁଲୁ ବାବୁ ଅପେକ୍ଷା ଟୁଲୁ ଭାଇ ଭାବେ ଅଧିକା ସ୍ନେହ ମିଳିଛି। ତାଙ୍କ ଅନନୁଭୂତ ଚିନ୍ତାଧାରା, ସମ୍ପୂର୍ଣ୍ଣ ଅସାଧାରଣ ବିଶ୍ୱାସ ଏବଂ ପ୍ରତ୍ୟକ୍ଷ ଆଚରଣ ଯୋଗୁ ଅମଲାତନ୍ତ୍ରରେ ଥାଇ ମଧ୍ୟ ସେ ଦମ୍ଭର ସହ ଜନହିତ ସପକ୍ଷରେ ଛିଡ଼ା ହୋଇ ପାରୁଥିଲେ। ଅଧିକାଂଶ ଲୋକ ଏପରି ଗୋଷ୍ଠୀ ସମର୍ଥନ ବା ଏପରି ଦୋଷଶୂନ୍ୟ ମହାନତା ଅନୁଭବ କରିବାର କଳ୍ପନା ମଧ୍ୟ କରନ୍ତି ନାହିଁ। ସେ ଥିଲେ ଏକ ସଚ୍ଚୋଟ ପ୍ରଶାସନିକ ଅଧିକାରୀ ଏବଂ ସମ୍ବେଦନଶୀଳ ବ୍ୟକ୍ତିତ୍ବ। ତାଙ୍କ ଦୃଢ଼ତା ଓ ବୁଦ୍ଧି ସହକର୍ମୀମାନଙ୍କ ମଧ୍ୟରେ ତାଙ୍କୁ ସମ୍ମାନିତ କରିଛି।

ତାଙ୍କର ଚତୁଃପାଶ୍ୱରେ ସମବେତ ତୋଷାମଦକାରୀ ଓ ସ୍ୱାର୍ଥପର ଲୋକଙ୍କୁ ଦେଖି ଆମେ ଆଶ୍ଚର୍ଯ୍ୟ
ହେଉନଥିଲୁ। ଶ୍ରୀ ପଟ୍ଟନାୟକ ସମସ୍ତଙ୍କ ପ୍ରିୟ ଥିଲେ। ସେ ତାଙ୍କ ଉଦାରତା ଓ ସମାଜ ସେବା ଦ୍ୱାରା ସମସ୍ତଙ୍କ ଜୀବନରେ ଆନନ୍ଦ ଭରିଯାଇଛନ୍ତି। କିନ୍ତୁ ଆମ ଯୋଗୁ ବୋଧହୁଏ ସେ ତାଙ୍କ ବ୍ୟକ୍ତିଗତ ସମୟ ଯଥେଷ୍ଟ ମାତ୍ରାରେ ପାଇ ପରି ନଥିଲେ। ତାଙ୍କର ବଞ୍ଚିବାର ମହତ୍ତ୍ୱ ଅଧିକ ଥିଲା, ସ୍ନେହ ମଧ୍ୟ ଅଧିକ ପାଇବାର ଥିଲା ଏବଂ ନିଜ ଅନ୍ତହୀନ ଉର‌୍ୟ୍ୟରୁ ଆମକୁ ପ୍ରଜ୍ୱଳିତ କରିବାର ଥିଲା।

ସେ ଉତ୍ତମ ପ୍ରକୃତିର ଏକ ପ୍ରତୀକ। ସେ ଜଣେ ଅଧିକାରୀ ରୂପରେ ଏକ ମହାନାୟକ ଥିଲେ। ଏବେ ସେ ହେଉଛନ୍ତି ଏକ ଅଲିଭା ନିଆଁ।

ଫେବୃଆରୀ ମାସରେ ଏକ ସନ୍ଧ୍ୟାରେ ଆମେ ଅନ୍ତିମ ଥର ପାଇଁ ଋମୀଙ୍କ ବିଷୟରେ ଚର୍ଚ୍ଚା କରୁଥିଲେ। କେବେ ପୁଣି ସନ୍ଧ୍ୟାବେଳେ ସେଇପରି “କେବେ ଆସିଲ?” ବୋଲି ଶୁଣିବାକୁ ମିଳିବ?

ସେଇ ସନ୍ଧ୍ୟାର କ’ଣ ସତରେ ଅନ୍ତ ହେଇପାରିବ?

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.