Latest Odisha News

BREAKING NEWS

ସଙ୍ଗରୋଧ କେନ୍ଦ୍ରରୁ ଯୁବତୀଙ୍କ ଚେତାବନୀ; “ମତେ ନ୍ୟାୟ ନମିଳିଲେ ମୁଁ ଆତ୍ମହତ୍ୟା କରିବି'”

ସୁବର୍ଣ୍ଣପୁର: “ମୋତେ ନ୍ୟାୟ ନମିଳିଲେ ମୁଁ ଅତ୍ମହତ୍ୟା କରିବି” ଏଭଳି ଚେତାବନୀ ଦେଇଛନ୍ତି ସଙ୍ଗରୋଧ କେନ୍ଦ୍ରର ଜଣେ ଯୁବତୀ । ଏମିତି ଏକ ସଂଙ୍ଗିନ ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ଧାରିବାଞି ସଙ୍ଗରୋଧ କେନ୍ଦ୍ରରୁ ।

ଯୁବତୀଙ୍କର ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ମିଳିଥିବା ସୂଚନା ଅନୁସାରେ, ଉକ୍ତ ଯୁବତୀ ଜଣଙ୍କ କୋଏମ୍ବାଟୁରରେ ପ୍ରବାସୀ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ପରେ ଗାଁକୁ ଫେରିବା ପରେ ଅନ୍ଧାରିବାଞ୍ଜି ସଂଙ୍ଗରୋଧ କେନ୍ଦ୍ରରେ ରହିଥିଲେ । ତେବେ ସ୍ଥାନିୟ ସରପଞ୍ଚ ତାଙ୍କୁ ବିଭିନ୍ନ ସମୟରେ ସଂଙ୍ଗରୋଧ କେନ୍ଦ୍ରରେ ଅସଦାଚରଣ କରିଥିବା ସେ ଅଭିଯୋଗ କରିଛନ୍ତି ।ଯାହାର ପ୍ରତିବାଦ କରିଥିଲେ ମଧ୍ୟ ସେ କୌଣସି ସୁଫଳ ପାଇ ନଥିଲେ । ତେଣୁ ନ୍ୟାୟ ଆଶାରେ ସେ ଏକ ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ସେୟାର କରିଥିଲେ । ତାଙ୍କୁ ଉଚିତ ନ୍ୟାୟ ନମିଳିଲେ ସେ ଆତ୍ମହତ୍ୟା କରିବେ ବୋଲି ଏହି ଭିଡିଓରେ ଚେତାବନି ଦେଇଛନ୍ତି ।

Leave A Reply

Your email address will not be published.