Latest Odisha News

BREAKING NEWS

ଆଚାରୀ ଚିଙ୍ଗୁଡ଼ି

ଘରେ ପ୍ରସ୍ତୁତ କରନ୍ତୁ ଚଟପଟା ଆଚାରୀ ଚିଙ୍ଗୁଡ଼ି । ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳି

ଆବଶ୍ୟକ ସାମଗ୍ରୀ
ଚିଙ୍ଗୁଡ଼ି – ୫୦୦ ଗ୍ରାମ
କଟା ପିଆଜ – ୧ଟି
ଅଦାରସୁଣ ବଟା – ୪ ଚାମଚ
ଟମାଟୋ – ୧ଟି
କାଜୁ ବଟା – ଅଳ୍ପ
ତେଲ – ଆବଶ୍ୟକ ପରିମାଣରେ
ଳବଙ୍ଗ – ୨ଟି
ଗୁଜୁରାତି – ୨ଟି
ଡ଼ାଲଚିନି – ୨ଟି
ହଳଦୀ ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ଧନିଆ ଗୁଣ୍ଡ – ଅଳ୍ପ
ଆମଚୁର ଗୁଣ୍ଡ – ଅଳ୍ପ
ଜିରା ଗୁଣ୍ଡ – ଅଳ୍ପ
ଦହି – ଅଳ୍ପ
ଚାର୍ଟ ମସଲା – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ

ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିଙ୍ଗୁଡ଼ିକୁ ଭଲ ଭାବେ ଧୋଇ ଏଥିରେ ଅଳ୍ପ ଲୁଣ, ହଳଦୀ ଗୁଣ୍ଡ , ଦହି ଗୋଳାଇ କିଛି ସମୟ ରଖି ଦିଅନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଚିଙ୍ଗୁଡ଼ିକୁ ପକାଇ ଭାଜି ଦିଅନ୍ତୁ। ଚିଙ୍ଗୁଡ଼ିକୁ ଭାଜି ଏକ ପାତ୍ରକୁ କାଢି ରଖନ୍ତୁ। ଏହାପରେ କଡ଼େଇରେ ପୁଣି ତେଲ ଗରମ କରି ଲବଙ୍ଗ, ଗୁଜୁରାତି, ଡ଼ାଲଚିନି ଭାଜନ୍ତୁ। ଭାଜିବା ପରେ ଏଥିରେ ପିଆଜ ପକାଇ ଭାଜନ୍ତୁ।

ପିଆଜ ଭାଜି ହେବା ପରେ ଅଦାରସୁଣ ବଟା ପକାଇ କିଛି ସମୟ କଷନ୍ତୁ। କଷିବା ପରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ଟମାଟୋ ପକାଇ ପୁଣି କଷିନ୍ତୁ। କିଛି ସମୟ ପରେ କାଜୁ ବଟା, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଚାର୍ଟ ମସଲା, ଆମଚୁର ଗୁଣ୍ଡ, ଅଳ୍ପ ଲୁଣ, ସାମାନ୍ୟ ପାଣି, ଭଜା ଚିଙ୍ଗୁଡ଼ି ପକାଇ ଏହାକୁ କଷି ଭଲ ଭାବେ ଫୁଟାଇ ଦିଅନ୍ତୁ । ୫ ରୁ ୧୦ ମିନିଟ ଗ୍ୟାସରେ ବସାଇ ଏକ ପାତ୍ରକୁ କାଢି ଧନିଆ ପତ୍ର ଦେଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚଟପଟା ଆଚାରୀ ଚିଙ୍ଗୁଡ଼ି। ଏହାକୁ ଖାଆନ୍ତୁ ଓ ମଜା ନିଅନ୍ତୁ।

Leave A Reply

Your email address will not be published.