Latest Odisha News

BREAKING NEWS

ଆଜି ରାତ୍ରିରେ ହେବ ମାଆଙ୍କ ‘କାଳରାତ୍ରି’ ସ୍ୱରୂପର ପୂଜା, ଜାଣନ୍ତୁ ଏହି ପୂଜା ପଛର ରହସ୍ୟ

ଭୁବନେଶ୍ୱର: ଆଜି ମହା ସପ୍ତମୀ ତିଥିରେ ମା’ ଦୁର୍ଗାଙ୍କୁ ‘କାଳରାତ୍ରି’ ରୂପେ ଆରାଧନା କରାଯିବ । କାଳରାତ୍ରି ହେଉଛନ୍ତି ମା’ଙ୍କ ଅତି ଭୟାବହ ଏବଂ ଉଗ୍ର ରୂପ । ନବରାତ୍ରୀରେ ମା’ଙ୍କ ଏହି ସ୍ୱରୂପକୁ ଆରାଧନା କଲେ ରିଦ୍ଧି ଓ ସିଦ୍ଧି ପ୍ରାପ୍ତ ହୋଇଥାଏ ।

ସପ୍ତମୀ ତିଥିରେ ସାର୍ବଜନୀନ ଦୁର୍ଗାପୂଜା ସମୟରେ ମା’ଙ୍କ ନେତ୍ରକୁ ପୂଜାପାଠ ପରେ ଖୋଲା ଯାଇଥାଏ । ମାଆଙ୍କ ସ୍ୱରୂପ ଭୟଙ୍କର ହୋଇଥିଲେ ମଧ୍ୟ ମା ସନ୍ତାନ ବତ୍ସଳା, ତାଙ୍କ ତ୍ରିନେତ୍ରରୁ ଅଗ୍ନି ସ୍ଫୁଲିଙ୍ଗ ନିର୍ଗତ ହେଉଥିଲେ ମଧ୍ୟ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ କରୁଣା ଓ ସ୍ନେହ ବର୍ଷା ହୋଇଥାଏ ।

ମା କାଳରାତ୍ରିଙ୍କର ଦିବସ ପୂଜା ରହିଛି । କିନ୍ତୁ ତାଙ୍କର ବିଶେଷ ପୂଜା ରାତିରେ ଅନୁଷ୍ଠିତ ହୋଇଥାଏ । ତନ୍ତ୍ର ସାଧକଙ୍କ ପାଇଁ କାଳରାତ୍ରି ଉପାସନାର ମହତ୍ୱ ସବୁଠୁ ଅଧିକ । ସପ୍ତମୀ ତିଥିରେ ବାମାଚାର ପୂଜା ବିଧି ମଧ୍ୟ ରହିଛି ।

ମା ଏହି ସ୍ୱରୂପା ହୋଇ ରକ୍ତବୀର୍ଯ୍ୟ, ଚଣ୍ଡ ଓ ମୁଣ୍ଡ ଭଳି ଦୈତ୍ୟ ସଂହାର କରିଥିଲେ ବୋଲି ଦେବୀ ଭାଗବତ ପୁରାଣରେ ବର୍ଣ୍ଣିତ ହୋଇ ରହିଛି । ମାତା ପାର୍ବତୀଙ୍କ ଏକ ସ୍ୱରୂପ ହେଉଛନ୍ତି କାଳରାତ୍ରି । ଦୀର୍ଘ ତପସ୍ୟା କାରଣରୁ ମା ପାର୍ବତୀଙ୍କ ଶରୀର ଶ୍ୟାମଳ ବର୍ଣ୍ଣ ହୋଇଯାଇଥିଲା ।

ଶ୍ୟାମଳାଙ୍ଗୀ ପାର୍ବତୀଙ୍କୁ ଭଗବାନ ଶଙ୍କର କାଳି ବୋଲି ସମ୍ବୋଧନ କରିଥିଲେ । ଫଳରେ ପୁନଶ୍ଚ ରୁଷ୍ଟ ହୋଇ ପାର୍ବତୀ ତପମଗ୍ନ ହୋଇଥିଲେ । ତପସ୍ୟା ସାରିବା ପରେ ସେ ଗଙ୍ଗା ନଦୀରେ ସ୍ନାନ କରିଥିଲେ । ସ୍ନାନ ପରେ ପରେ ମା ପାର୍ବତୀଙ୍କ ଶରୀର ଗୌର ବର୍ଣ ଓ ଉଜ୍ଜ୍ୱଳ ହୋଇଉଠିଥିଲା । ତାପରେ ମା ପାର୍ବତୀ ‘ଗୌରୀ’ ନାମରେ ବିଦିତ ହୋଇଥିଲେ ।

Leave A Reply

Your email address will not be published.