Latest Odisha News

BREAKING NEWS

ଶ୍ରୀଲଙ୍କା ବୋମା ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୧୬୦କୁ ବୃଦ୍ଧି

କଲମ୍ବୋ : ଶ୍ରୀଲଙ୍କାରେ ରବିବାର ଦିନ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକମାନେ ଇଷ୍ଟର୍ ପର୍ବ ପାଳନ କରୁଥିବା ବେଳେ ପ୍ରାୟ ୬ଟି ସ୍ଥାନରେ ବୋମା ବିସ୍ଫୋରଣ ହୋଇଥିବାବେଳେ ଆଉ ୨ଟି ସ୍ଥାନରେ ଆତ୍ମଘାତୀ ବିସ୍ଫୋରଣ ଘଟିଥିବା ନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ଏଯାବତ୍ ଏହି ବିସ୍ଫୋରଣରେ ଅନ୍ୟୂନ ୧୬୦ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୪୦୦ ଲୋକ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ଶ୍ରୀଲଙ୍କା ରାଜଧାନୀ କଲମ୍ବୋରେ ପ୍ରାୟ ୬ଟି ସ୍ଥାନରେ ଏହି ବିସ୍ପୋରଣ ଘଟିଥିବା ବେଳେ ଅପରାହ୍ନ ସୁଦ୍ଧା ସମୁଦାୟ ୮ଟି ସ୍ଥାନରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି।

ଆହୁରି ମଧ୍ୟ ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି ସନ୍ଧ୍ୟା ୬ଟାରୁ ଆସନ୍ତାକାଲି ସକାଳ ୬ଟା ଯାଏଁ କର୍ଫ୍ୟୁ ଜାରି କରାଯାଇଛି ।

ତେବେ ରବିବାର ଦିନ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକମାନେ ଇଷ୍ଟର୍ ପର୍ବ ପାଳନ କରୁଥିବା ବେଳେ ଆତତାୟୀମାନେ ଏହାକୁ ଦୃଷ୍ଟିରେ ରଖି ଆକ୍ରମଣ କରିଥିବା ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.