Latest Odisha News

BREAKING NEWS

କରୋନା ପଜିଟିଭ ଚିହ୍ନଟ ହେଲେ ବଲିଉଡର ଏହି ବରିଷ୍ଠ ଅଭିନେତା

ମୁମ୍ବାଇ: ବଲିଉଡ ଅଭିନେତା କିରଣ କୁମାର କରୋନା ପଜିଟିଭ ଚିହ୍ନଟ ହୋଇଥିବା ଶନିବାର ବିଳମ୍ବିତ ରାତିରେ ପ୍ରକାଶ କରିଛନ୍ତି । ମେ ୧୪ ରୁ ସେ କରୋନା ପଜିଟିଭ ଚିହ୍ନଟ ହେବା ପରଠାରୁ ସେ ହୋମ କ୍ୱାରେଣ୍ଟାଇନରେ ରହୁଥିବା କହିଛନ୍ତି କିରଣ।

ଉଭୟ ବଡ ଏବଂ ଛୋଟ ପରଦାରେ କାମ କରି ଲୋକଙ୍କ ପ୍ରିୟ ହୋଇ ପାରିଥିବା ଏହି ମହାନ କଳାକାର ଜାତୀୟ ଗଣମାଧ୍ୟମ ଇଣ୍ଡିଆନ ଏକ୍ସପ୍ରେସକୁ ଦେଇଥିବା ତଥ୍ୟ ଅନୁଯାୟୀ ପଜିଟିଭ ଚିହ୍ନଟ ହେବା ପର ଠାରୁ ସାମାଜିକ ଗତିବିଧି ଠାରୁ ଦୂରେଇ ରହୁଥିବା କହିଛନ୍ତି ।

ଆହୁରି ମଧ୍ୟ ସେ କହିଛନ୍ତି, ‘ମୋର କରୋନା ଜନିତ କୌଣସି ଲକ୍ଷଣ ଦେଖା ଯାଉନଥିଲେ ମଧ୍ୟ ମେ ୧୪ ରେ ମୋର ରିପୋର୍ଟ ପଜିଟିଭ ଆସିଥିଲା”। ତାଙ୍କୁ ଏପର୍ଯ୍ୟନ୍ତ ଜ୍ୱର କିମ୍ବା କାଶ ହେଉନଥିବା କହିଛନ୍ତି କିରଣ । ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ଘରେ ନିଜ କାମ ଉଜେ କରୁଥିବା କହିଛନ୍ତି । ଦଶ ଦିନ ହେବ ତାଙ୍କ ମଧ୍ୟରେ ଆଉ କୌଣସି ଲକ୍ଷଣ ଦେଖାଯାଉନଥିବା ବେଳେ ଆଉ ୨ ରୁ ୩ ଦିନ ମଧ୍ୟରେ ତାଙ୍କର ପୁନର୍ବାର ପରୀକ୍ଷଣ ହେବା ନେଇ କହିଛନ୍ତି ଏହି ୭୪ ବର୍ଷୀୟ ଅଭିନେତା ।

Leave A Reply

Your email address will not be published.