Latest Odisha News

ଲକ୍‌ଡାଉନ ସମୟରେ ଲୋକମାନଙ୍କୁ ମେଡିକାଲ ସହାୟତା ଯୋଗାଉଛନ୍ତି ଅଭିନେତା ସବ୍ୟସାଚୀ

ଭୁବନେଶ୍ୱର : ଅଭିନେତା ସବ୍ୟସାଚୀ ମିଶ୍ର ଫିଲ୍ମରେ ତ ହିରୋ ଥିଲେ ଏବେ ବାସ୍ତବ ଜୀବନରେ ବି ହିରୋ ପାଲଟିଛନ୍ତି । ଲକଡାଉନ ସମୟରେ ଲୋକମାନଙ୍କୁ ମେଡିକାଲ ସହାୟତା ଯୋଗାଇ ବେଶ୍ ପ୍ରଶଂସା ସାଉଁଟୁଛନ୍ତି ।

ଲକଡାଉନ ସମୟରେ ସବ୍ୟସାଚୀ ଘରେ ଏକ ମିନି କଣ୍ଟ୍ରୋଲ ରୁମ୍ କରିଛନ୍ତି । ଏ ନେଇ ସବ୍ୟସାଚୀ କହିଛନ୍ତି ଯେ, ‘ଏପରି ବ୍ୟବସ୍ଥା ପରେ ମୁଁ ୬୦ରୁ ଅଧିକ ଲୋକଙ୍କୁ ସାହାଯ୍ୟ କରିସାରିଲିଣି । ମୁଁ ମୋ ମୋବାଇଲ ଓ ଲ୍ୟାପଟପ ୨୪ ଘଣ୍ଟା ଅନ ରଖିଥାଏ । ଯେଉଁମାନେ ଡାକ୍ତରଖାନାରେ ଜରୁରୀ ସେବା ପାଇବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେମାନେ ମୋତେ ସୋସିଆଲ ମିଡିଆରେ ଯୋଗାଯୋଗ କରିଥାନ୍ତି । ଘଟଣାର ସତ୍ୟତା ଓ ଏହା କେତେ ସିରିୟସ ତାହା ପରୀକ୍ଷା କରିବା ପରେ ମୁଁ ସେମାନଙ୍କୁ ସାହାଯ୍ୟ ଯୋଗାଇ ଦେଇଥାଏ । ’

ଏ ଭିତରେ ସେ ଅନେକ ସିରିୟସ କେସ୍‌ରେ ସାହାଯ୍ୟ କରିଛନ୍ତି । ବର୍ତ୍ତମାନ କରୋନା ସମୟରେ ହସ୍ପିଟାଲରେ ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହେବାକୁ ସମସ୍ୟା ହେଉଛି । ଏପରିକି ଅନେକ ଜରୁରୀ ଘଟଣାରେ ବି ରୋଗୀ ଚିକିତ୍ସିତ ହୋଇପାରୁନାହାନ୍ତି । ଏପରି ଘଟଣା ତାଙ୍କ ନଜରକୁ ଆସିଲେ ସେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ରୋଗୀମାନଙ୍କର ଚିକିତ୍ସା ବ୍ୟବସ୍ଥା କରିଦେଇଥାନ୍ତି । ଏଥି ପାଇଁ ସବ୍ୟସାଚୀ ସହରରେ ଥିବା ବିଭିନ୍ନ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସବ୍ୟସାଚୀ କୁହନ୍ତି , ‘ଲୋକମାନେ ଚିକିତ୍ସା ପରେ ସୁସ୍ଥ ହୋଇ ଫେରିବା ବେଳେ ତାଙ୍କୁ ଦେଉଥିବା ଆଶୀର୍ବାଦ ମୋତେ ଆତ୍ମସନ୍ତୋଷ ଦେଇଥାଏ ।

Leave A Reply

Your email address will not be published.