Latest Odisha News

BREAKING NEWS

ସୁଶାନ୍ତଙ୍କ ସ୍ମୃତିରେ ୫୫୦ ଗରିବ ପରିବାରକୁ ଖୁଆଇବେ ଭୂମି

ସୁଶାନ୍ତ ସିଂ ରାଜପୁତଙ୍କ ଅକାଳ ବିୟୋଗକୁ କେହି ଭୁଲି ପାରୁ ନାହାନ୍ତି । ଏହାରି ଭିତରେ ୧୬ ଦିନ ବିିତଲାଣି । ବଲିଉଡରୁ ଆରମ୍ଭ କରି ଫ୍ୟାନ୍, ସମସ୍ତଙ୍କ ହୃଦୟରେ ରହିଛନ୍ତି ସୁଶାନ୍ତ । ତାଙ୍କ ସ୍ମୃତିରେ ଅଭିନେତ୍ରୀ ଭୂମି ପେଡନକର ୫୫୦ ଗରିବ ପରିବାରକୁ ଖାଦ୍ୟ ଦେବେ । ଏନେଇ ନିଜ ଇନଷ୍ଟାଗ୍ରାମ ସାଇଟରେ ପୋଷ୍ଟ କରିଛନ୍ତି ଭୂମି ।

ସୁଶାନ୍ତଙ୍କ ଶୋକରେ ଫଟୋ ଥିବା ପୋଷ୍ଟ ସେୟାର କରିଛନ୍ତି ଭୂମି । ଲେଖିଛନ୍ତି, ନିର୍ଦ୍ଦେଶକ ଅଭିଷେକ କପୁରଙ୍କ ପତ୍ନୀଙ୍କ ଦ୍ୱାରା ପରିଚାଳିତ ପ୍ରଜ୍ଞା ଫାଉଣ୍ଡେସନ୍ ସହ ମିଶି ସେ ୫୫୦ ଗରିବ ପରିବାକୁ ଖାଦ୍ୟ ପ୍ରଦାନ କରିବେ ।

View this post on Instagram

 

? . . . @eksaathfoundation

A post shared by Bhumi✨ (@bhumipednekar) on

ଭୂମି ଲେଖିଛନ୍ତି, ତାଙ୍କ ପ୍ରିୟ ସାଙ୍ଗଙ୍କ ସ୍ମୃତିରେ ଏହି ନିଷ୍ପତ୍ତି ନେଇଛନ୍ତି । ଏହାସହ ସମସ୍ତଙ୍କୁ ଅପିଲ୍ କରିଛନ୍ତି, ‘ଆସନ୍ତୁ ସମସ୍ତଙ୍କ ପ୍ରତି ଦୟା ଏବଂ ପ୍ରେମ ଭାବ ଦେଖାଇବା । ଯାହାର ଆବଶ୍ୟକତା ରହିଛି ’। ସୁଶାନ୍ତ ସିଂ ରାଜପୁତଙ୍କ ସହ ଫିଲ୍ମ ସୋନ୍ ଚିଡିଆରେ କାମ କରିଥିଲେ ଭୂମି ।

Leave A Reply

Your email address will not be published.