Latest Odisha News

BREAKING NEWS

ଏହି କଂଗ୍ରେସ ନେତାଙ୍କୁ ଡେଟ କରିବାକୁ ଚାହୁଁଥିଲେ ଅଭିନେତ୍ରୀ କରୀନା କପୁର !

ଭୁବନେଶ୍ୱର: ବଲିଉଡର ଡିଭା ତଥା ଛୋଟେ ନବାବ ସୈଫ ଅଲ୍ଲୀ ଖାନଙ୍କ ପତ୍ନୀ କରିନା ବିବାହ ପରେ ଖୁସିରେ କାଟୁଛନ୍ତି ଦିନ । ତେବେ କରୀନା କପୁର ଏକଦା କହିଥିଲେ ଯେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ରିଲେସନସିପରେ ରହିବାକୁ ଚାହୁଁଛନ୍ତି।

ହଁ, ଆପଣ ଠିକ୍ ପଢ଼ିଛନ୍ତି ! ବଲିଉଡର ସୁନ୍ଦରୀ ଅଭିନେତ୍ରୀ କରୀନା କପୁର, ଯାହାଙ୍କ ସହିଦ କପୁର ସହ ନାଟକୀୟ ବ୍ରେକଅପ୍ ପ୍ରଶଂସକଙ୍କୁ ହୃଦୟ ଭାଙ୍ଗି ଦେଇଥିଲା, ସେ ରାଜନେତା ରାହୁଲ ଗାନ୍ଧୀଙ୍କ ସହ ଡେଟ କରିବାକୁ ଚାହୁଁଥିଲେ।

ଖବର ଅନୁଯାୟୀ, କରୀନା ଭାବୁ ଥିଲେ ଯେ ସେ ଓ ରାହୁଲ ଉଭୟ ନାମିଦାମୀ ପରିବାରରୁ ଆସିଛନ୍ତି ତେଣୁ ତାଙ୍କ ଯୋଡି ପରଫେକ୍ଟ ହେବ ।

ରାହୁଲ ଗାନ୍ଧୀ ଜଣେ ଜଣାଶୁଣା ରାଜନେତାଙ୍କ ପରିବାରରୁ ଆସିଥିବା ବେଳେ କରୀନା କପୁର ଦିଗଜ୍ଜ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତାଙ୍କ ପରିବାରରୁ ଆସିଛନ୍ତି।

ତେବେ ଆପଣ କ’ଣ ଭାବୁଛନ୍ତି ରାହୁଲ ଓ କରୀନାଙ୍କ ଯୋଡି କ’ଣ ସତରେ ପରଫେକ୍ଟ ମ୍ୟାଚ୍ ହୋଇଥାନ୍ତା?

Leave A Reply

Your email address will not be published.