Latest Odisha News

BREAKING NEWS

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ଫରେନ୍‌ସିକ୍ ଲ୍ୟାବ୍‌କୁ ଗଲା ଡାଏରୀ

ଗଞ୍ଜାମ: ଏବେବି ସସ୍‌ପେନ୍ସ ଘେରରେ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲା । ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କ କେହି ହତ୍ୟା କରିଛନ୍ତି ତାହା ଏଯାଏଁ ଜଣାପଡି ନାହିଁ । ଏହି ମାମଲାରେ ଆଜି ତାଙ୍କ ହାତ ଲେଖା ଡାଏରୀକୁ ଫରେନ୍‌ସିକ୍ ଲ୍ୟାବ୍‌କୁ ପଠାଯାଇଛି । ଡାଏରୀର ହସ୍ତାକ୍ଷର ଯାଂଚ ହେବ । ହ୍ୟାଣ୍ଡରାଇଟିଂ ବ୍ୟୁରୋର ୭ ଜଣିଆ ଟିମ୍ ଏହି ଯାଂଚ କରିବେ । ତଦନ୍ତ ପରେ ଡାଏରୀରେ ଥିବା ହାତ ଲେଖା ତାଙ୍କର ନା ଆଉ କାହାର ତାହା ସ୍ପଷ୍ଟ ହେବ । ସେପଟେ ଡ଼ାଏରୀ ସମେତ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚାଲିଛି। ଘଟଣା ସମ୍ପର୍କରେ ବହୁତ କିଛି ତଥ୍ୟ ମିଳିଛି। ଏକାଧିକ ଲୋକଙ୍କ ଠାରୁ ଗୁରୁତ୍ବପୂର୍ଣ ତଥ୍ୟ ମିଳିଛି । ଖୁବ ଶୀଘ୍ର ସତ ସାମ୍ନାକୁ ଆସିବ ବୋଲି ଜିଆରପି ଏସପି ଏ କେ ବିଶ୍ୱାଳ କହିଛନ୍ତି ।

ସେପଟେ ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣାରେ ମିଳିଛି ଆଉ ଏକ ତଥ୍ୟ । ଯେଉଁ ଲିଙ୍ଗରାଜ ରେଳ ଷ୍ଟେସନ ପାଖରେ ତାଙ୍କ ମୃତଦେହ ମିଳିଥିଲା ଜୁଲାଇ ୭ ତାରିଖ ସନ୍ଧ୍ୟା ୬ଟା ରୁ ରାତି ୧୦ ଭିତରେ ସେହି ରୁଟ ଦେଇ ଯାଇଥିବା ଟ୍ରେନର ତାଲିକା ଆସିଛି । ଜିଆର୍ ପିକୁ ଏହି ତାଲିକା ହସ୍ତାନ୍ତର କରିଛି ଖୋର୍ଦ୍ଧା ରୋଡ୍ ରେଳ ଡିଭିଜନ। ଜୁଲାଇ ୭ ତାରିଖ ସନ୍ଧ୍ୟା ୬ ଟା ରୁ ରାତି ୧୦ ଭିତରେ ଲିଙ୍ଗରାଜ ଷ୍ଟେସନ ଦେଇ ଯାଇଛି ୭ଟି ଟ୍ରେନ୍। ଏବେ ସୁଦ୍ଧା ୪ ଜଣ ଟ୍ରେନ ଚାଳକଙ୍କ ନାମ ଜିଆରପିକୁ ଦେଇଛି ଖୋର୍ଦ୍ଧା ରୋଡ୍ ରେଳ ଡିଭିଜନ୍ । ଖୁବଶୀଘ୍ର ସେମାନଙ୍କୁ ଜିଆରପି ପଚରାଉଚୁରା କରିବ ।

ମୁଣ୍ଡରେ ଶକ୍ତ ଆଘାତ ଲାଗିବା ଯୋଗୁ ଆଦିତ୍ୟଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ସୂଚନା ମିଳିଛି। ଅନ୍ୟପକ୍ଷରେ, ଆଦିତ୍ୟଙ୍କ ସଂଗଠନର କିଛି ସଦସ୍ୟଙ୍କ ଅଭିଯୋଗ ଆଧାରରେ ହତ୍ୟା ମାମଲା ରୁଜୁ ହୋଇଛି।

Leave A Reply

Your email address will not be published.