Latest Odisha News

BREAKING NEWS

ବାପା ହେଲେ ଅଫତାବ ଶିବଦାସନି

ମୁମ୍ବାଇ: ବଲିଉଡ ଅଭିନେତା ଅଫତାବ ଶିବଦାସନି ଓ ପତ୍ନୀ ନିନ ଦୁସଂଜ ପିତା ମାତା ହୋଇଛନ୍ତି । ଆଜି ସେମାନଙ୍କର ଗୋଟିଏ ଝିଅ ହୋଇଛି । ୨୦୧୪ ମସିହାରେ ଏହି ଦମ୍ପତ୍ତି ବିବାହ କରିଥିଲେ । ଝିଅ ଜନ୍ମ ହେବା ପରେ ସେମାନେ ବେଶ୍ ଖୁସି ଅଛନ୍ତି ।

ଅଫତାବ ୧୯୯୯ ମସିହାରେ ଚଳଚ୍ଚିତ୍ର ମସ୍ତ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ପରେ ଆୱାର ପାଗଲ ଦିୱାନା, ମସ୍ତି, ଆନଖେ ଆଦି ଚଳଚ୍ଚିତ୍ରରେ ଅଭିନୟ କରି ସେ ଦର୍ଶକଙ୍କ ନିକଟତର ହୋଇପାରିଥିଲେ । ସେ ଅଶ୍ୱିନୀ ଚୌଧୁରୀଙ୍କ ‘ସେଟଲର’ରେ ଶେଷଥର ପାଇଁ ଅଭିନୟ କରିଥିଲେ ।

Leave A Reply

Your email address will not be published.