Latest Odisha News

BREAKING NEWS

ଆସନ୍ତୁ ଜାଣିବା କରୋନା ପରେ ସଚିନଙ୍କ କେଉଁ କେଉଁ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ରହିଛନ୍ତି କୋହଲି

ମୁମ୍ବାଇ:ଅନ୍ତର୍ଜାତୀୟ କ୍ରିକେଟରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭଙ୍ଗ କରିବା ଏକ ସ୍ୱପ୍ନ ପରି ମନେ ହେଉଥିଲା । ମାତ୍ର ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଚମତ୍କାର ପ୍ରଦର୍ଶନ ଜାରି ରଖି ପ୍ରଶଂସକଙ୍କ ମନରେ ଆଶା ସଂଚାର କରିଛନ୍ତି । କରୋନା ଭାଇରସ ଯୋଗୁ ତାଙ୍କ ରନ ସଂଗ୍ରହରେ ବ୍ରେକ୍ ଲାଗିଛି । ସଚିିନ ଅନ୍ତର୍ଜାତୀୟ କ୍ରିକେଟରେ ୧୦୦ ଶତକ ମାରିଥିବା ବେଳେ କୋହଲି ୭୦ ଶତକ ହାସଲ କରି ସାରିଛନ୍ତି । ଏହି ରେକର୍ଡ ଭାଙ୍ଗିବା ପାଇଁ ତାଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ । ଆସନ୍ତୁ ଜାଣିବା କରୋନା ପରେ ସଚିନଙ୍କ କେଉଁ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ କୋହଲି ରହିଛନ୍ତି ।

ଦିନିକିଆ କ୍ରିକେଟରେ ସଚିନ ୪୯ ଶତକ ହାସଲ କରିଥିବା ବେଳେ କୋହଲି ୪୩ ଶତକ ମାରି ସାରିଛନ୍ତି । ରେକର୍ଡ ହାସଲ ପାଇଁ ସେ ଆଉ ୭ ଶତକ ଆବଶ୍ୟକ କରୁଛନ୍ତି । ସେହିପରି ଭାରତୀୟ ମାଟିରେ ସଚିନ(୨୦)ଙ୍କ ରେକର୍ଡ ଭାଙ୍ଗିବାକୁ କୋହଲି(୧୯) ଆଉ ଗୋଟିଏ ଶତକ ଆବଶ୍ୟକ କରୁଛନ୍ତି । ସଚିନ ୩୦୦ ଇନିଂସରେ ଦିନିକିଆରେ ଦ୍ରୁତ ୧୨୦୦୦ରନ ସଂଗ୍ରହ କରିଥିଲେ । କୋହଲି ୨୪୮ ମ୍ୟାଚ ଖେଳି ୧୧,୮୩୭ରନ ସଂଗ୍ରହ କରି ସାରିଛନ୍ତି । କୋହଲି ସଚିନଙ୍କ ତୁଳନାରେ କମ୍ ମ୍ୟାଚ ଖେଳି, ୮୦୦୦, ୯୦୦୦, ୧୦୦୦୦ ଓ ୧୧୦୦୦ ଲ୍ୟାଣ୍ଡମାର୍କ ଅତିକ୍ରମ କରି ସାରିଛନ୍ତି ।

ଅଷ୍ଟ୍ରେଲିଆ ମାଟିରେ ଉଭୟ ସଚିନ ଓ କୋହଲି ଅନ୍ତର୍ଜାତୀୟ ଟେଷ୍ଟରେ ୬ଟି ଲେଖାଏଁ ଶତକ ହାସଲ କରିଛନ୍ତି । ଏହି ରେକର୍ଡ ଭଙ୍ଗ ପାଇଁ କୋହଲି ଆଉ ଗୋଟିଏ ଶତକ ଆବଶ୍ୟକ କରୁଛନ୍ତି । ସେହିପରି ସଚିନ ୨୦ ମ୍ୟାଚରେ ୩୮ ଇନିଂସ ଖେଳି ୧୮୦୯ ରନ କରିଛନ୍ତି । କୋହଲି ୧୨ ଟେଷ୍ଟରେ ୨୩ ଇନିଂସ ଖେଳି ୧୨୭୪ ରନ ସଂଗ୍ରହ କରି ଏହାର ନିକଟତର ହୋଇଛନ୍ତି ।

Leave A Reply

Your email address will not be published.