Latest Odisha News

BREAKING NEWS

ଆସନ୍ତୁ ଜାଣିବା କଲେକ୍ଟରରୁ ନେତା ସାଜିଥିବା ଯୋଗୀଙ୍କ ବିଷୟରେ

ରାୟପୁର: ଛତିଶଗଡର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ ପ୍ରମୋଦ କୁମାର ଯୋଗୀଙ୍କ ୨୯ ମେ ୨୦୨୦ରେ ପରଲୋକ ହୋଇଯାଇଛି । ଆସନ୍ତୁ ଜାଣିବା ଯୋଗୀଙ୍କ ବିଷୟରେ କିଛି ଅଜଣା କଥା ।

୧. ୨୬ ଏପ୍ରିଲ ୧୯୪୬ରେ ମଧ୍ୟପ୍ରଦେଶର ବିଳାସପୁର ଜିଲାର ପେନ୍ଦ୍ରାରେ ଜନ୍ମଗ୍ରହଣ କରିଥିଲେ । ବାପାଙ୍କ ନାମ କାଶୀ ପ୍ରସାଦ ଯୋଗୀ, ମାତାଙ୍କ ନାମ କାନ୍ତି ମଣି ।
୨. ୧୯୭୫ ଅକ୍ଟୋବର ୮ରେ ସେ ରେଣୁ ଯୋଗୀଙ୍କୁ ବିବାହ କରିଥିଲେ । ଅମିତ ଯୋଗୀ ଓ ଅନୁଷା ଯୋଗୀ ନାମକ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି ।
୩.ମୌଲାନା ଆଜାଦ କଲେଜ ଅଫ ଟେକ୍ନୋଲୋଜିରେ ସେ ପାଠ ପଢ଼ିଥିଲେ । ୧୯୬୮ରେ ଭୋପାଳ ୟୁନିଭରସିଟିରୁ ଗୋଲ୍ଡ ମେଡାଲ ପାଇଥିଲେ । ଏହା ବ୍ୟତୀତ ସେ ବିକ୍ରମ ୟୁନିଭରସିଟିରୁ ଭିୟୁ (ଜିଏମ), ଦିଲ୍ଲୀ ଲ ୟୁନିଭରସିଟିରୁ ଏଲଏଲବି ପାସ୍ କରିଥିଲେ । ଜଣେ ଶିକ୍ଷକ, ସିଭିଲ ସର୍ଭାଂଟ, ସାମାଜିକ କର୍ମୀ ଓ ରାଜନେତା ଭାବେ ନାମ କମାଇଥିଲେ ।

୪.୧୯୬୭ରୁ ୧୯୬୮ ରାୟପୁର ଇଞ୍ଜିନିୟରିଂ କଲେଜରେ ଲେକଚର ରହିଥିଲେ । ଏହା ପରେ ସେ ଆଇଏଏସ ଓ ଆଇପିଏସ ପାଇଁ ମନୋନୀତ ହୋଇଥିଲେ ।
୫.ଅଢ଼େଇ ଘଂଟାରେ କଲେକ୍ଟରରୁ ରାଜନେତା: ଅଜିତ ଯୋଗୀ ରାଜନୀତିରେ ପ୍ରବେଶ କରିବେ ବୋଲି ଭାବି ନ ଥିଲେ । ଇନ୍ଦୋରରେ କଲେକ୍ଟର ଥିବା ବେଳେ ନିଜ କାର୍ଯ୍ୟ ସାରି ସେ ଘରକୁ ଫେରିଥିଲେ । ପତ୍ନୀ ରେଣୁ କହିଥିଲେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ ଆସିଥିଲା । ତା ପରଦିନ ସକାଳେ ସେ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଅଫିସକୁ ଫୋନ କରିଥିଲେ । ରାଜୀବ ତାଙ୍କୁ କହିଥିଲେ କଲେକ୍ଟର ପଦରୁ ଇସ୍ତଫା ଦେଇ ରାଜନୀତିରେ ପ୍ରବେଶ କର । ଅଢ଼େଇ ଘଂଟା ମଧ୍ୟରେ ସବୁ କିଛି ବଦଳି ଯାଇଥିଲା । ଦିଗବିଜୟ ସିଂ ତାଙ୍କୁ ନେବା ପାଇଁ ଆସିଥିଲେ ଏବଂ ଏହା ପରେ ସେ ରାଜ୍ୟସଭା ସଦସ୍ୟ ହୋଇଥିଲେ ।
୬.୧୯୮୬ରୁ ୧୯୯୮ କଂଗେସ ପକ୍ଷରୁ ରାଜ୍ୟସଭା ସଦସ୍ୟ, ୨୦୦୪ରୁ ୨୦୦୮ ମଧ୍ୟରେ ସେ ମହସମୁନ୍ଦରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୮ରେ ମାରାୱାହିରୁ ଏମଏଲଏ ଭାବେ ବିଜୟୀ ହୋଇଥିଲେ । ୧୯୮୯ ଓ ୧୯୯୫ ନିର୍ବାଚନରେ ମଣିପୁର ଏବଂ ସିକ୍କିମର ପର୍ଯ୍ୟବେକ୍ଷକ ରହିଥିଲେ ।

୭. ୨୦୧୬ରେ ସେ କଂଗ୍ରେସ ବିରୋଧରେ ଯାଇ ନୂତନ ପାର୍ଟି ଗଠନ କରିଥିଲେ ଏହାର ନାମ ଥିଲା ଜନତା କଂଗ୍ରେସ ଛତିଶଗଡ ।
୮. କଂଗ୍ରେସ ପାର୍ଟି ପରେ ତାଙ୍କୁ ଏବଂ ତାଙ୍କ ପୁତ୍ରକୁ ଦଳରୁ ନିଲମ୍ବିତ କରିଥିଲେ ।
୯. କଲେକ୍ଟର ଥିବା ବେଳେ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପାଇଁ ସେ ଚା’ ଜଳଖିଆର ବନ୍ଦୋବସ୍ତ କରି ଚର୍ଚ୍ଚାରେ ଥିଲେ । ରାଜୀବ ଗାନ୍ଧୀ ତାଙ୍କ ବ୍ୟତୀତ ଅନ୍ୟ କାହା ଉପରେ ବିଶ୍ୱାସ କରୁ ନ ଥିଲେ ।
୧୦. ବିବାଦ: ୨୦୦୭ରେ ତାଙ୍କ ପୁଅ ଏନସିପି କୋଷାଧ୍ୟକ୍ଷ ରାମ ଅବତାର ଜାଗୀଙ୍କ ହତ୍ୟା ଅଭିଯୋଗରେ ଗିରଫ ହୋଇଥିଲେ । ୟୁପିଏ ସରକାର ବେଳେ ସିବିଆଇ ତାଙ୍କୁ ପ୍ରମାଣ ଅଭାବରୁ ଖଲାସ କରିଥିଲା । ପରେ ବାପା ଓ ପୁଅଙ୍କୁ କଂଗ୍ରେସ ନିଲମ୍ବିତ କରିଥିଲା । ଶେଷରେ ଯୋଗୀ ପରିବାର ନୂତନ ଦଳ ଘୋଷଣା କରିଥିଲେ ।

Leave A Reply

Your email address will not be published.