Latest Odisha News

BREAKING NEWS

ଓଡିଶାରେ ଆଜି ପରୀକ୍ଷଣ ହୋଇଥିବା ସମସ୍ତ ୪୦୦ କୋଭିଡ୧୯ ସ୍ୱାବ ନମୁନା ନେଗେଟିଭ

ଭୁବନେଶ୍ୱର : କରୋନାରେ ସାରା ରାଜ୍ୟରେ ୪୨ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏବେ ଏହା ସରକାରଙ୍କ ପାଇଁ ସବୁଠୁ ବଡ ସମସ୍ୟା ଭାବେ ଉଭା ହୋଇଛି ।

ବୁଧବାର ରାଜ୍ୟର ତିନିଟି ସ୍ୱୀକୃତ ସ୍ଥାନରେ ହୋଇଥିବା ସମସ୍ତ ୪୦୦ ସ୍ୱାବ ନମୁନା ପରୀକ୍ଷଣ ରିପୋର୍ଟ ନେଗେଟିଭ ଆସିଥିବା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥି ମଧ୍ୟରୁ ଆରଏମ୍‌ଆରସିରେ ୨୬୪, ଏମସ୍‌ରେ ୬୦ ଓ କଟକ ଏସସିବିରେ ୭୬ଟି ନମୁନା ପରୀକ୍ଷଣ ହୋଇଥିବା ସୂଚନା ମିଳିଛି ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟରରେ ଦିଆଯାଇଥିବା ସୂଚନା ଅନୁଯାୟୀ, ରାଜ୍ୟରେ ଏ ପର୍ଯ୍ୟନ୍ତ ହୋଇଥିବା ୨୮୪୧ଟି ସ୍ୱାବ ନମୁନା ପରୀକ୍ଷଣରୁ ୪୨ଟି ପଜିଟିଭ ଆସିଛି । ଏଥି ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ରୋଗୀ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave A Reply

Your email address will not be published.