Latest Odisha News

BREAKING NEWS

କାଲିଠୁ ସ୍ଥାନାନ୍ତର ହେବେ ଉପକୂଳ ଅଂଚଳର ଲୋକ: ଏସ୍‌ଆର୍‌ସି

ଭୁବନେଶ୍ୱର: ସାମୁଦ୍ରିକ ବାତ୍ୟା ଅମ୍ଫାନକୁ ନେଇ ସତର୍କ ରହିଛନ୍ତି ରାଜ୍ୟ ସରକାର । ମୁକାବିଲା ପାଇଁ ସରକାର ଉପକୂଳ ଓଡିଶାର ସମସ୍ତ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି । ଆସନ୍ତାକାଲି ଠାରୁ ସମୁଦ୍ର ଉପକୂଳରୁ ୫ କିଲୋମିଟର ମଧ୍ୟରେ ଥିବା ସବୁ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଏସଆରସି ।

ଏପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ସଜାଗ ଅଛି ଓଡିଶା ଅଗ୍ନିଶମ ବିଭାଗ । ୩୩୮ଷ୍ଟେସନର ୫ ହଜାରରୁ ଅଧିକ ଅଗ୍ନିଶମ ଅଧିକାରୀ ଏଥିରେ ସାମିଲ ଅଛନ୍ତି । ବାତ୍ୟା ମୁକାବିଲା ପାଇଁ ବାଲେଶ୍ୱର , ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର ଯାଜପୁର ଓ ପୁରୀ ଜିଲ୍ଲା ସମେତ ବିଭିନ୍ନ ଜିଲ୍ଲାରେ ଆବଶ୍ୟକ ଯନ୍ତ୍ରପାତି ପ୍ର୍ରସ୍ତୁତ ଅଛି । ତେବେ ବାତ୍ୟା ଅମ୍ପାନ ପାଇଁ ରେଡ଼ ଜୋନରେ ରହିଛି ବାଲେଶ୍ୱର । ଭଦ୍ରକ ଓ ବାଲେଶ୍ୱରରରେ ଅମ୍ପାନ ନେଇ ବ୍ୟାପକ ପ୍ରସ୍ତୁତି ଚାଲିଛି ।

Leave A Reply

Your email address will not be published.