Latest Odisha News

BREAKING NEWS

ବମିଖାଲରୁ ଚିହ୍ନଟ ସମସ୍ତ କରୋନା ପଜିଟିଭ ଗୋଟିଏ ପରିବାରର

ଭୁବନେଶ୍ୱର : ରାଜ୍ୟରେ ମୋଟ ୩୯ ଜଣ ପଜିଟିଭ ରୋଗୀ ଚିହ୍ନଟ ହୋଇଥିବା ବେଳେ ରାଜଧାନୀରେ ଚିହ୍ନଟ ହୋଇଛନ୍ତି ୩୨ ଜଣ । ବମିଖାଲ ଅଂଚଳରେ ରବିବାର ୧୫ ନୂଆ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ଏମାନେ ସମସ୍ତେ ଗୋଟିଏ ପରିବାରର ବୋଲି ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ ଯୋଗେ ସୂଚନା ଦେଇଛି । ଶୁକ୍ରବାର ଏହି ପରିବାରର ତିନି ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେଣୁ ଗୋଟିଏ ପରିବାରର ମୋଟ ୧୮ ଜଣ କରୋନା ପଜିଟିଭ ଅଛନ୍ତି ।

ରବିବାରଠାରୁ ସମଗ୍ର ବମିଖାଲ ଅଂଚଳ ସିଲ୍ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କ୍ଲଷ୍ଟର ନିୟନ୍ତ୍ରଣ ବ୍ୟବସ୍ଥା କରାଯିବା ସହିତ ଘରକୁ ଘର ସର୍ଭେ କରାଯାଇଛି । ସମସ୍ତ ସନ୍ଦିଗ୍ଧ ଏବଂ ସମ୍ପର୍କୀୟଙ୍କୁ ଅଲଗା କରାଯିବା ସହିତ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସ୍ଥାନୀୟ ଅଂଚଳର ବାସିନ୍ଦା ଭୟଭୀତ ନ ହେବା ପାଇଁ ବିଭାଗ ପରାମର୍ଶ ଦେଇଛି ।

Leave A Reply

Your email address will not be published.