Latest Odisha News

BREAKING NEWS

କରୋନା ଯୋଦ୍ଧାଙ୍କ ହେବ କୋଭିଡ ଟେଷ୍ଟ

ଗଞ୍ଜାମ: କରୋନା ଯୋଦ୍ଧାଙ୍କ ହେବ କୋଭିଡ ଟେଷ୍ଟ । ଏନେଇ ଗଂଜାମ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି । ଡ଼୍ୟୁଟିରେ ଯିବା ପୂର୍ବରୁ ସମସ୍ତଙ୍କର କୋଭିଡ଼ ପରୀକ୍ଷା ହେବ ବୋଲି ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି । ଏନେଇ ଟ୍ୱିଟ କରି ଗଂଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

କରୋନା ପରୀକ୍ଷା ନେଇ ବିଡ଼ିଓ ଦାୟିତ୍ୱ ନିର୍ବାହ କରିଛନ୍ତି ଜିଲ୍ଲାପାଳ । ରାଜ୍ୟରେ ସର୍ବାଧିକ ସଂକ୍ରମିତ ତାଲିକାରେ ପ୍ରଥମରେ ରହିଛି ଗଂଜାମ । ଏପର୍ଯ୍ୟନ୍ତ ଜିଲ୍ଲାରେ ୪ ହଜାର ୧୪୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧ହଜାର ୯୧୭ଟି ସକ୍ରିୟ ମାମଲା ଥିବା ବେଳେ ୨ହଜାର ୧୮୫ଜଣ ସୁସ୍ଥ ହୋଇଛନ୍ତି । ଭୂତାଣୁ ସଂକ୍ରମିତ ହୋଇ ୪୩ଜଣଙ୍କର ମୃତ୍ୟୁ ହୋଇଛି ।  ସେହିପରି କେବଳ ଗଂଜାମରେ ଏଯାଏଁ ମୋଟ ୭ ଜଣ କରୋନା ଯୋଦ୍ଧାଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.