Latest Odisha News

BREAKING NEWS

ନାନାବତୀ ହସ୍ପିଟାଲ ଡାକ୍ତରଙ୍କୁ କଣ କହିଲେ ବିଗ ବି, ଟ୍ୱିଟରରେ ଭିଡିଓ ଭାଇରାଲ୍

କରୋନା ପଜିଟିଭ ଚିହ୍ନଟ ପରେ ମୁମ୍ୱାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବିଗ୍ ବି ଅମିତାଭ ବଚ୍ଚନ ଓ ପୁଅ ଅଭିଷେକ ବଚ୍ଚନ । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି । ଏହାରି ଭିତରେ ବିଗ୍ ବିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଯେଉଁଥିରେ ଅମିତାଭ ବଚ୍ଚନ ନାନାବତୀ ହସ୍ପିଟାଲର ଡାକ୍ତର ଓ ନର୍ସଙ୍କ ଉତ୍ସର୍ଗୀକୃତ ସେବାକୁ ଭୂରି ଭୂରି ପ୍ରଶଂସା କରୁଛନ୍ତି ।

ଭିଡିଓରେ କୌଣସି ତାରିଖ ଉଲ୍ଲେଖ ନାହିଁ । ତେଣୁ ଏହି ଭିଡିଓ କେବାକାର ତାର ବି ଅସ୍ପଷ୍ଟ । ଆଜି ସକାଳୁ ସକାଳୁ ଟ୍ୱିଟରରେ ଏହି ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ବିଗ ବି କରୋନାର ଫ୍ରଣ୍ଟ ଲାଇନ୍ ଯୋଦ୍ଧା ଡାକ୍ତର ଓ ନର୍ସଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି ।

ସେ କହିଛନ୍ତି, ଏଭଳି କଠୋର ପରିସ୍ଥିତିରେ ଧଳା ପୋଷାକରେ ଆମ ପାଖକୁ ଆସିଥିବା ସେମାନେ ଜଣେ ଜଣେ ଭଗବାନ । ସମସ୍ତଙ୍କୁ ଅପିଲ କରିଛନ୍ତି, କେହି ଭୟଭୀତ କିମ୍ବା ଚିନ୍ତାଗ୍ରସ୍ତ ହୁଅନ୍ତୁ ନାହିଁ ।

ଭିଡିଓଟି କେବେକାର ଯଦିଓ ସ୍ପଷ୍ଟ ନୁହେଁ, କିନ୍ତୁ ଅମିତାଭଙ୍କ କେଇ ପଦ କଥା ନିହାତି ପ୍ରେରଣାଦାୟୀ ।

Leave A Reply

Your email address will not be published.