Latest Odisha News

BREAKING NEWS

ଚୀନର କମ୍ୟୁନିଷ୍ଟ ପାର୍ଟି ପଦାଧିକାରୀଙ୍କୁ ଭିସା ଦେବନି ଆମେରିକା

ଓ୍ୱାଶିଂଟନ୍: ହଂକଂ ମାମଲାଲରେ ଖୋଲାଖୋଲି ଚୀନ ବିରୋଧରେ ଆଗକୁ ବାହାରିଛି ଆମେରିକା । ନିଷ୍ପତ୍ତି ନେଇଛି, ଚୀନରେ ଶାସନ ଗାଦିରେ ବସିଥିବା କମ୍ୟୁନିଷ୍ଟ ପାର୍ଟିର (ସିସିପି) ପଦାଧିକାରୀଙ୍କୁ ଭିସା ଦେବ ନାହିଁ । ଏପରିକି ଭିସା ପ୍ରତିବନ୍ଧକ ତାଲିକାରେ ସେମାନଙ୍କ ପରିବାର ସଦସ୍ୟ ବି ରହିପାରନ୍ତି । ଏହି କାର୍ଯ୍ୟାନୁଷ୍ଠାନ ହଂକଂର ସ୍ୱାୟତ୍ତତା ଓ ମାନବାଧିକାର ଉଲ୍ଲଂଘନ ବିରୋଧରେ ନେଇଛି ଆମେରିକା ।

କମ୍ୟୁନିଷ୍ଟ ପାର୍ଟି (ସିସିପି) ପଦାଧିକାରୀଙ୍କୁ ଭିସା ନଦେବା ନିଷ୍ପତ୍ତି ନେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ତାଙ୍କ ନିର୍ଦ୍ଦେଶନାମା ସମ୍ପର୍କରେ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ଆମେରିକାର ପରରାଷ୍ଟ୍ର ସଚିବ ମାଇକ ପୋମ୍ପିୟୋ ।

ସିପିପିର ବର୍ତ୍ତମାନ ଓ ପୂର୍ବତନ ପଦାଧିକାରୀଙ୍କ ଉପରେ ଭିସା ପ୍ରତିବନ୍ଧକ ଲଗାଇବାକୁ ଘୋଷଣା କରିଛି ଆମେରିକା । ଯେଉଁମାନେ ହଂକଂର ବୃହତ୍ତ ସ୍ୱାୟତ୍ତତା ହ୍ରାସ କରିବାରେ ଉତ୍ତରଦାୟୀ ଅଟନ୍ତି । ପୋମ୍ପିୟୋ କହିଥିଲେ, ୧୯୮୪ରେ ବ୍ରିଟେନ ସହ କରିଥିବା ମିଳିତ ଘୋଷଣାନାମାରେ ହଂକଂର ବ୍ୟାପକ ସ୍ୱାୟତ୍ତତାକୁ ସମ୍ମାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା ଚୀନ୍ । କିନ୍ତୁ କଥା ଦେଇ କଥା ରହୁ ନାହିଁ ।

Leave A Reply

Your email address will not be published.