Latest Odisha News

BREAKING NEWS

ପୁଣି ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ!

ଭୁବନେଶ୍ୱର: ସବୁ ବ୍ୟବସ୍ଥା ମାରିଲା ଫେଲ୍ । ପୁଣି ଭାଇରାଲ ହେଲା ମାଟ୍ରିକ ପ୍ରଶ୍ନପତ୍ର । ପରୀକ୍ଷାର ପ୍ରଥମ ଦିନରେ ହିଁ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ମାତୃଭାଷା ପ୍ରଶ୍ନପତ୍ର । ଏପରି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡରୁ । ତେବେ ଏହି ପ୍ରଶ୍ନପତ୍ର ଅସଲି କି ନକଲି ତାହା ଜଣାପଡି ନାହିଁ ।
ଗତବର୍ଷ ବି ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହେବା ପରେ ଏ ବର୍ଷ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପ୍ରଶ୍ନପତ୍ର ଯେପରି ପରୀକ୍ଷା କେନ୍ଦ୍ର ବାହାରକୁ ନଆସେ ସେ ନେଇ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଲଗାଯିବା ସହ ଡିଜିଟାଲ ଲକର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଏସବୁ ବ୍ୟବସ୍ଥା ଫେଲ୍ ମାରିଲା । ଯାହା ଆଶଙ୍କା କରାଯାଉଥିଲା ତାହା ହେଲା । ପରୀକ୍ଷାର ପ୍ରଥମ ଦିନରୁ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ପରୀକ୍ଷା ଶେଷ ହେବା ପୂର୍ବରୁ କଳାହାଣ୍ଡି ଜିଲ୍ଲା ଧର୍ମଗଡରେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ପ୍ରଶ୍ନପତ୍ର ।
ସେପଟେ ଏନେଇ ଗଣଶିକ୍ଷା ମନ୍ତ୍ରୀ ସମିର ଦାଶ କହିଛନ୍ତି, ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ନେଇ ଖବର ନାହିଁ । ପ୍ରଶ୍ନପତ୍ର ଭାଇରାଲ ହୋଇଥିଲେ ତଦନ୍ତ କରାଯିବ । ଏଥିରେ ଯିଏ ସମ୍ପୃକ୍ତ ଥିବ ତା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି ।

Leave A Reply

Your email address will not be published.