Latest Odisha News

ରାଜ୍ୟ ପାଇଁ ଭଲ ଖବର, ପୁଣି ସୁସ୍ଥ ହେଲେ ୫୩ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏଯାଏଁ ରାଜ୍ୟରେ ହଜାରେରୁ ଉର୍ଦ୍ଧ୍ୱ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି । ଏହାରି ଭିତରେ ଆସିଛି ଏକ ଆଶ୍ୱସ୍ତିକର ଖବର । ରାଜ୍ୟରେ ପୁଣି ସୁସ୍ଥ ହୋଇଛନ୍ତି ଆଉ ୫୩ ଜଣ କରୋନା ଆକ୍ରାନ୍ତ ।

ଆଜି କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତ ମଧ୍ୟରେ ଗଂଜାମରୁ ୩୦, ଯାଜପୁରରୁ ୧୮, ଖୋର୍ଦ୍ଧାରୁ ୩ ଏବଂ କେନ୍ଦୁଝରରୁ ୨ ଜଣ ଅଛନ୍ତି । ଏମାନେ ଚିକିତ୍ସା ପରେ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୫୫୦ରେ ପହଂଚିଛି ।

Leave A Reply

Your email address will not be published.