Latest Odisha News

ସକାଳେ ୭୬ ଆକ୍ରାନ୍ତ, ଅପରାହ୍ଣରେ ୭୯ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି ସକାଳେ ୭୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ଚିନ୍ତା ବଢାଇଥିବା ବେଳେ ଅପରାହ୍ôଣରେ ଆସିଛି ଆଶ୍ୱସ୍ତିର ଖବର । ଆଜି ସୁସ୍ଥ ହୋଇଛନ୍ତି ଆଉ ୭୯ ଜଣ ଆକ୍ରାନ୍ତ । ନମୁନା ରିପୋର୍ଟ ନେଗେଟିଭ୍ ଆସିବା ପରେ ସେମାନଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି ।

ଆଜି ସୁସ୍ଥ ହୋଇଥିବା ୭୯ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକର ସର୍ବାଧିକ ୨୮ ଜଣ ରହିଛନ୍ତି । ତାପଛକୁ ବାଲେଶ୍ୱରର ୧୭ ଜଣ ଓ ଗଂଜାମର ୧୧ ଜଣ ରହିଛନ୍ତି । ସେହିପରି ପୁରୀର ୭ ଜଣ, ଯାଜପୁରର ୫, କଟକ ୪, କେଉଁଝର ୩, ଖୋର୍ଦ୍ଧା ଓ ବଲାଙ୍ଗୀରର ଦୁଇ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଆଜିର ୭୯ ଜଣଙ୍କୁ ମିଶାଇ ରାଜ୍ୟରେ ଏଯାଏଁ ମୋଟ ୮୧୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.